ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୧ ଜାନୁଆରୀ ୨୦୨୫
ରାତିର ବହଳ ଅନ୍ଧାରେ
ତୁମେ ପରା ଆଲୋକର ଜ୍ୟୋତି,
ଅତଳ ସାଗର ଗର୍ଭରେ
ତୁମେ ଅଟ ହୀରା, ନୀଳା, ମୋତି ||୧||
ଅନ୍ତରୀକ୍ଷ ମହାଶୂନ୍ୟରେ
ତୁମେ ଅଦୃଶ୍ୟ ଜୀବ କଣିକା,
ଵନ୍ୟା, ବାତ୍ୟା ବିଭୀଷିକାରେ
ସାଜି ଥାଅ ଭରସା ନଉକା ||୨||
ପକ୍ଷୀ କଳରବେ ହିଁ ତୁମେ
କୋଇଲିର ସୁମଧୁର ତାନ,
ତୁମରି ଇସାରାରେ ହୁଏ
ପଲ୍ଲବିତ ଶୁଷ୍କ ମରୁଦ୍ୟାନ ||୩||
ବିଶାଳ ସମୁଦ୍ର ବକ୍ଷରେ
ତୁମେ ଅସରନ୍ତି ଉର୍ମିମାଳା,
ବିଶ୍ୱ ବ୍ରହ୍ମାଣ୍ଡରେ ବନ୍ଦିତ
ଜଗତର ନାଥ ଚକାଡ଼ୋଳା ||୪||
ତୁମରି ଦର୍ଶନେ ମିଳଇ
ହୃଦୟରେ ଆନନ୍ଦ ଅପାର,
ଅଥୟ ହେଉଥାଏ ମନ
ଭେଟିବାକୁ ତୋତେ ବାର ବାର ||୫||