ଆଲୋକ କୁମାର ପ୍ରଧାନ, ପୁରୀ, ୨୩ ଡିସେମ୍ବର ୨୦୨୪
ଖୋଜିବାର ବାହାନାରେ ଚାଲ ଯିବା ପଛକୁ ପଛକୁ
ତୁମେ ଯିବ ତୁମବାଟେ ମୁଁ ଫେରିବି ମୋ ପିଲାଦିନକୁ
ଯେଉଁଠି ଛାଡି ଆସିଲି ତୁମ ଅଙ୍କା ସବୁ ସ୍ମୃତି ଚିହ୍ନ
ଏଯାଏଁ ଲିଭିଛି କିଛି ହେଲେ ଯମା ପଡିନି ମଳିନ
ଚାଲ ଯିବା ଖୋଲିବାକୁ ଧିର୍ କରି ମନରୁ ଦରଜା
ଏବେ ଏବେ କମ୍ ଖୋଲେ କା’ଆଖିରେ ସେ ଦର ଆଉଜା
ଖୋଲିବା ବାହୁଲ୍ୟ ମାତ୍ର କେବେଠାରୁ ଅଖୋଲା ହିଁ ଅଛି
କିଏ ଜାଣେ ଖୋଲିବାର ବାଟ ବୋଧେ ଭୁଲିବାର ଅଛି
ଚାଲଯିବା ହସିବା ବାହାନା ନେଇ ଖୁଉବୁ କାନ୍ଦିବା
ଅପ୍ରାପ୍ତି ଅବସୋସର ସମାଧିକୁ ଲୁହରେଧୋଇବା
କିଏ ଜାଣେ ଫେରିବାର ଫଟା ଓଠ ହସିବ କି ଆଉ
ନିଃଶ୍ବାସକୁ ରୁନ୍ଧି ଦେଇ ଉଠିବ କି ଡୁବ ଦେଉ ଦେଉ
ଆଗକୁ ଚାଲିଲେ ଥୋଡେ ଚାଲ ଯିବା ପଛକୁ ପଛକୁ
ସାଙ୍ଗ ହୋଇ ଫେରିବାର ବାଟ କିନ୍ତୁ ହେବ ଭୁଲିବାକୁ।