ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୩ ଜାନୁଆରୀ ୨୦୨୫
ଚାଲ ସାଙ୍ଗ ହୋଇ ବୁଲିଯିବା
ଗାଆଁ ଆଡ଼େ
ଭଲ ଲାଗୁନାହିଁ କିଛି
ଏଇ ଫଗୁଣରେ।
ବଣମଲ୍ଲୀ ଆଉ ମାଳତୀ ସବୁଜ ବନେ
ସପନ କେମିତି ଦୋଳି
ଖେଳେ ଆବେଗରେ।
ଅବସାଦ ଆଉ ବିଷାଦକୁ ଦୂର କରି
ଆମେ ଦୁହେଁ ବସି ରଚିବା
ପ୍ରୀତିର ପୁର।
ଚାଲ ସାଙ୍ଗ ହୋଇ ବୁଲିଯିବା
ଗାଆଁ ଆଡ଼େ
ଭଲ ଲାଗୁନାହିଁ କିଛି ଏଇ ଫଗୁଣରେ।