ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୨ ନଭେମ୍ବର ୨୦୨୩
ଚିଠି ଲେଖୁ ଲେଖୁ ତମକୁ ସେଦିନ
ଚିଠି ହୋଇଗଲା କବିତା,
ସେ କବିତା ପୁଣି ପାଲଟି ଯାଇଛି
ସ୍ମୃତି ଓ ପ୍ରେମର ସଳିତା ।
ପ୍ରେମ ପୁଣି ଦେଖ ସ୍ମୃତିଟିଏ ହୋଇ
ମୋ ସହିତ ଗପ କରୁଛି,
କାହିଁକି ଲେଖିଲି ଚିଠି ମୁଁ ତୁମକୁ
ସେ କଥା କେବଳ ଭାବୁଛି ।
ଚିଠି ଲେଖୁ ଲେଖୁ ତମକୁ ସେଦିନ
ଚିଠି ହୋଇଗଲା କବିତା,
ପରଶ ପଥର ଛୁଇଁ ଦେଇ ମୋତେ
କରିଦେଲ ସତେ ମୁକୁତା ।