ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୦୭ ଅପ୍ରେଲ ୨୦୨୪
ଚିତ୍ରମୟ ପିଲାଦିନ ସ୍କୁଲ ଦିନ
ସବୁଲେଖି ରଖିଛି ମୁଁ
କୁଳୁକୁଳୁ ସାଳନ୍ଦୀ ବାଲିରେ
କାଶତଣ୍ଡି, ଗେଣ୍ଡାଳିଆ, କଳାମେଘ
ଆରୋହ ଓ ଅବରୋହ
ଅନ୍ତରା ଭିତରେ ବିଷାଦିତ ବିହାଗରାଗ
ଶାସ୍ତ୍ରୀୟ ଆଳାପ, ଯୁଗଳ ବନ୍ଦୀର
ସାଳନ୍ଦୀ
କେବଳ ସାକ୍ଷୀ ଏ ସବୁ କଥାର ।
ସାରା ଭିତରଟା ମୋର ଭରିଗଲା
ଶାସ୍ତ୍ରୀୟ ଆଳାପ ଆଉ
ଯୁଗଳ ବନ୍ଦୀରେ ।