• About
  • Contact
Sunday, October 11, 2026
Sunday, October 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଦାସ ଆପଣେ

ଦାସ ଆପଣେ
Share on FacebookShare on Xshare on Whatsappshare on Linkedin
ପ୍ରମୋଦ କୁମାର ଦାଶ, କଟକ, ୯ ଅକ୍ଟୋବର ୨୦୨୪

ଜନମଙ୍ଗଳ ରେ ଜନସେବା ଯଜ୍ଞେ ଝାସ ଯିଏ ଦେଇଥିଲେ।
ଜନବନ୍ଧୁ ଭାବେ ଜନମାନସ ରେ ଇତିହାସେ ଖ୍ୟାତ ହେଲେ।।
ସେବା ଓ ପ୍ରେମ ର ମହତ୍ତ୍ଵ ଶିକ୍ଷାକୁ ଭାଗବତ ଠାରୁ ନେଇ।
ସେବା ସର୍ବଶ୍ରେଷ୍ଠ ଧର୍ମ ଆଚରଣ ଜୀବନ ପଥରେ ଧ୍ୟାୟୀ।।
ଉତ୍କଳୀୟ ଜାତୀୟତାବାଦ କୁ ସେ ଜୀବନେ କଲେ ବ୍ୟାପକ।
ଉତ୍କଳ ସମ୍ମିଳନୀ ମାଧ୍ୟମେ ରଖିଲେ ଓଡ଼ିଆ ଜାତି ର ଟେକ।।
ଭାଷା କୁ ଜାତିର ପ୍ରାଣସ୍ପନ୍ଦନରେ କରିଥିଲେ ଅଭିହିତ।
ଦେଶ ଜାତି ପ୍ରେମେ ଉତ୍କଳ ଭୂମିର ରଖିଥିଲେ ସେ ମହତ।।
ନିଃସ୍ବାର୍ଥପର ଦୁଃଖୀ ସେବା ତ୍ୟାଗ ତୁଳନା ତାହାର ନାହିଁ।
ସତ୍ୟବାଦୀ ବନ ବିଦ୍ୟାଳୟ ସମ ପ୍ରତିଷ୍ଠା ଜଗତେ କାହିଁ।।
ବିଧାନ ସଭାର ସଦସ୍ୟ ଥାଇଁ ବି ଦୁଃଖୀ ଦୁଃଖ ବୁଝୁଥିଲେ।
ନିରନ୍ନ ବୁଭୁକ୍ଷୁ ଜନତା ସେବା କୁ ବିଭୁ ସେବା ମଣିଥିଲେ।।
ଓଡ଼ିଶା ପ୍ରଦେଶ ଗଠନେ ଅଂହିସା ଆନ୍ଦୋଳନ କରିଥିଲେ।
ଓଡ଼ିଆ ର ସ୍ୱର ଲିପିବଦ୍ଧ୍ ପାଇଁ ସମାଜ ପ୍ରତିଷ୍ଠା କଲେ।।
ମହାତ୍ମା ଭାବରେ ନିଜ ତନ ମନ ଧନ ଯୌବନ ତେଜିଲେ।
ଉତ୍କଳମଣି ସେ ଧ୍ରୁବତାରା ଆମ ହୃଦୟେ ଅଙ୍କିତ ହେଲେ।।
ଦାସ ଆପଣେ ଙ୍କୁ ଝୁରୁଛି ଆଜି ଅପହଞ୍ଚ ଇଲାକା ମାଟି।
ପୁଣ୍ୟ ଜନ୍ମତିଥି ସ୍ମରଣୀୟ ସଦା ଘେନ ମୋ ପ୍ରଣାମ କୋଟି।।

ପ୍ରମୋଦ କୁମାର ଦାଶ

ପ୍ରମୋଦ କୁମାର ଦାଶ

ରାଜ୍ୟ ସରକାର ତଥା ଜାତୀୟ ପୁରସ୍କାର ପ୍ରାପ୍ତ ପରିବେଶ ସେବକ ଓ ସଭାପତି : ଜନମଙ୍ଗଳ । ଗୋପାଳପୁର, ନିଶ୍ଚିନ୍ତକୋଇଲି, କଟକ
ମୋ : ୯୩୩୭୫୪୭୨୪୨

Related Posts

ଉତ୍କଳ ମଣି ଗୋପବନ୍ଧୁ ଦାସ
Literature

ଉତ୍କଳ ମଣି ଗୋପବନ୍ଧୁ ଦାସ

by ଦେବେନ୍ଦ୍ର କୁମାର ସାହୁ
October 9, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୯ ଅକ୍ଟୋବର ୨୦୨୬ ଜଗନ୍ନାଥ ଏକା ନେତା ଉତ୍କଳରେ ଆଉ ନେତା କେହି ନାହିଁ ତୁମେ କହିଥିଲ ଉଦ୍ଦାତ କଣ୍ଠରେ ଜୟ...

Read more
ଚାକିରି

ଚାକିରି

October 6, 2026
ମନେ ପଡେ ଆଜି ଦିନ

ମନେ ପଡେ ଆଜି ଦିନ

October 2, 2026
ଚଷମା

ଚଷମା

September 29, 2026
ମୁହୂର୍ତ୍ତ

ମୁହୂର୍ତ୍ତ

September 22, 2026
ପକ୍ଷୀଘର।

ପକ୍ଷୀଘର।

September 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.