ଡାଃ. ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୯ ଜାନୁୟାରୀ ୨୦୨୩
ଦେଖ ଦେବମୂହୂର୍ତ ଆସୁଛି
ସାାଧୀନତାର ମହାମନ୍ତ୍ର ଜପି ଜପି
ଯେଉଁ ଶିଶୁକନ୍ୟାଟି ବଡ଼ ହେଉଛି
ସେ ସ୍ୱପ୍ନ ଦେଖୁ
ସୁନ୍ଦର ଭାରତର
ରକ୍ତରେ ଲେଖି ଦେଉ
ତ୍ୟାଗ ଆଉ ତିତିକ୍ଷାର
ଦସ୍ତା ବିଜ୍ ।
ସେ ଚିହ୍ନି ନେଉ ତା’ର ଅଧିକାର
ଭାରତୀୟ ମନ ନେଇ
ତା’ର ଯେତେ ଯେତେ ଅଭିପ୍ସା
ସବୁକୁ ସେ ରୋପି ଦେଉ
ମଣିଷ ମନରେ |
ଖୁବ୍ ଶୀଘ୍ର
ଭାରତରୁ ଶେଷ ହୋଇଯିବ
କୂଜ୍ଝଟିକା ଆତଙ୍କବାଦର ।
ସମୟ ବଦଳି ଯାଇଛି
ଦେବକନ୍ୟାମାନେ
ଭୂମିଷ୍ଠ ହେଲେଣି ଓଡ଼ିଶାରେ
ସେଇମାନେ ନେତୃତ୍ଵ ନେବେ
ସମଗ୍ର ଭାରତବର୍ଷର |
ଶୈତାନ୍ମାନଙ୍କ ତୂଣିରରୁ
ମାରଣାସ୍ତ୍ର ସରି ଆସିଲାଣି ।