ମାନସ ରଞ୍ଜନ ମହାପାତ୍ର, ପୁରୀ, ୩ ଜୁନ୍ ୨୦୨୩
ଗଙ୍ଗାକୂଳର ଶବମାନେ
ଗଛ ପରି ଉଦାସ
ମଶାଣି ଜଗିଥିବା ଚୌକିଦାରଟା
ଦେଶ ପରି ନିଖୋଜ !
ଆମେ କ’ଣ ଏଇମିତି ଚୁପଚାପ୍ ଠିଆହୋଇ
ଦେଖୁଥିବା ଦୃଶ୍ୟ?
ଚା’ ଦୋକାନରେ ଜମାଉଥିବା ଆଡ୍ଡା ଓ ଚା’ ବାଲା
ମଇଳା କାଦୁଅରୁ ତିଆରୁଥିବ ଦାମିକା ଇନ୍ଧନ?
କିଏ କେଉଁଠି ଅଛ, ଆସ ଭାଇ, ଆସ
କାଲି ନିଲାମ ହେବ ତୁମ ଦେଶ
କିଣିପାରିବ ଯଦି, କିଣ
ଜିଣିପାରିବ ଯଦି, ଜିଣ
ନଚେତ୍ ତା’ପରେ ଖୋଜିହେଉଥିବ
କୁଆଡ଼େ ଗଲା ମୋର ପ୍ରିୟ ଦେଶ
କେଉଁ ବଜାରରେ ହେଲା ତା’ର ବିପଣନ
ମୋ ପ୍ରିୟ, ପ୍ରିୟତମ ଭାରତବର୍ଷ !