ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୨୬ ନଭେମ୍ବର ୨୦୨୩
ମହାନଦୀ ପଠ
ପୀଠରେ ବସିଛ
ହେ ବାବା ଧବଳେଶ୍ଵର,
କାର୍ତ୍ତିକ ମାସରେ
ବଡ ଓଷା କରୁ
ଦୁଃଖ ହର ସଭିଙ୍କର ।
କଳା ବଳଦକୁ
ଧଳା କରିଥିଲ
ଭକ୍ତ ମାନ ରକ୍ଷା ପାଇଁ,
ଆଜି ତୋ ଭକତ
ବଡ ଓଷା କରେ
ଦୁଃଖ ହର ସୁଖ ଦେଇ ।
ସ୍ନାନ ମଇଲମ
ମଙ୍ଗଳ ଆଳତି
ନୀତିକାନ୍ତି ସରିଗଲେ,
ତୋ ବଡସିଂହାର
ବେଶ ଦର୍ଶନରେ
କୋଟି ଜନ୍ମ ପୂଣ୍ଯ ମିଳେ ।
ଗଜମଣ୍ଡା ସହ
ତରଣ ଭୋଗକୁ
ବଡ ଓଷା ଦିନ ଖାଇ,
ପଞ୍ଚାମୃତେ ଧୁଅ
ଭକ୍ତଙ୍କର ଦୁଃଖ
ଧବଳେଶ୍ଵର ଗୋସେଇଁ ।