ପ୍ରମୋଦ କୁମାର ଦାଶ, କଟକ, ୨୨ ଅପ୍ରେଲ ୨୦୨୩
ସୁନ୍ଦର ଧରଣୀ ମାତାର ସୁରକ୍ଷା ଦେବା
ସ୍ୱଅର୍ଜିତ କିଛି ପୁଞ୍ଜି ବ୍ୟୟ କରିବା
ଧରା ପ୍ରତି ସମର୍ଥନ
ପରିବେଶେ ସଚେତନ
ବ୍ୟାପକ ବୃକ୍ଷରୋପଣ
ବର୍ଜ୍ୟବସ୍ତୁ ନିୟନ୍ତ୍ରଣ
ପ୍ରଦ୍ୟୁଷଣ ହ୍ରାସ କ୍ଷେତ୍ରେ ଯତ୍ନ ହୋଇବା – ୧
ବଣ୍ୟ-ଜଳ ସଂରକ୍ଷଣ
ଜୀବେଦୟା କରି ଧ୍ୟାନ
ଦିନଚର୍ଯ୍ୟା ସୁସଞ୍ଜତ
ଖାଦ୍ୟଶୈଳୀ ବ୍ୟବସ୍ଥିତ
ବ୍ୟକ୍ତିଗତ ସାମୁହିକ ନିରୋଗୀ ହେବା – ୨
ପ୍ରକୃତିର ସନ୍ତୁଳନ
ସହାୟ ବିଶ୍ୱତାପନ
ସବୁଜ ଘର ପ୍ରଭାବ
ତାପମାତ୍ରା ବୃଦ୍ଧି ହେବ
ଜଳବାୟୁ ପରିବର୍ତ୍ତନେ ଆମେ ସଢିବା – ୩
କୃଷି ଉତ୍ପାଦନ ହ୍ରାସ
ନିମ୍ନରେ ପୁଞ୍ଜି ନିବେଶ
ଶିକ୍ଷାଦାନ ପ୍ରଭାବିତ
ଅର୍ଥନୀତି ବିପର୍ଯ୍ୟସ୍ତ
ଦୂରଦୃଷ୍ଟିର ଅଭାବେ ଦଣ୍ଡ ଭୋଗିବା – ୪
ଏବୁ ହେବା ସାବଧାନ
ପରିବେଶେ ଦେବା ଧ୍ୟାନ
ବିଶ୍ୱ ଧରିତ୍ରୀ ଦିବସ
ସମର୍ପଣେ ଅଭିଳାଷ
ଶାସ୍ୱତ ସେବା କରିଣ ଧନ୍ୟ ହୋଇବା
ଧରିତ୍ରୀ ମାତା’ର ଜୟଗାନ କରିବା – ୫