ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୦ ଡିସେମ୍ବର ୨୦୨୩
କଅଁଳ ଘାସର ଶିଶିର ଉପରେ
ସୂରୁଜର ଲୁହ ହୋଇ
ଝରିପଡ଼ିଥିଲି ଲୁହ ବିନ୍ଦୁ ମୁଁ
କାହାର ବନ୍ଦନା ଗାଇ ।୧ |
ସେଇ ବନ୍ଦନା ଭିତରେ ମୁଁ ଆଜି
ଛୋଟିଆ ରାଗିଣୀଟିଏ
କି ଉଲ୍ଲାସେ ଆଜି ମନଯାଏ ଭରି
ଦିବ୍ୟ ଭାବନା ନେଇ । ୨ ।
ଦୀପଶିଖା ମୁହିଁ ତୁମ ମନ୍ଦିରେ
ଜଳେ ଦିକିଦିକି ହୋଇ
ତୁମ ମନ୍ଦିରେ ତୁମକୁ ଦେଖୁଛି
ଦୀପଶିଖାଟିଏ ହୋଇ ।୩।