ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୧ ଅଗଷ୍ଟ ୨୦୨୪
ଦୂର ନୀଳ ଆକାଶରେ
ବିଭୋର ଚଢ଼େଇ ହୋଇ
ଭାସିଯିବି ଭାସିଯିବି
ମେଘ ଆଉ ତାରା ଛୁଇଁ
ରଙ୍ଗୀନ ଗୁଡ଼ି ହୋଇ
ଉଡ଼ିଯିବି ଉଡ଼ିଯିବି ।
ପାରଦର ଲହରୀରେ
ସ୍ବପ୍ନର ବଳୟକୁ
ଛୁଇଁଯିବି ଛୁଇଁଯିବି ।
ଦୂର ନୀଳ ଆକାଶରେ
ବିଦେଶିନୀ ଚଢ଼େଇ ମୁଁ
ଭାସିଯିବି ଭାସିଯିବି ।