ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୦ ନଭେମ୍ବର ୨୦୨୪
ଏବେ ଖାଲି ଚିତ୍ର ଆଙ୍କୁଛି ପରୀ
କେତେ ନା କେତେ ଚିତ୍ର।
ନଈର ଚିତ୍ର,
ଆକାଶର ଚିତ୍ର,
ସମୁଦ୍ରର ଚିତ୍ର।
ସବୁ ଛୁଆଙ୍କର ପିଲାଦିନ
ଏମିତି ସୁନ୍ଦର ରଙ୍ଗବେରଙ୍ଗର ଚିତ୍ର।
ଏବେ ଏବେ ଗୀତ ଗାଇଲାଣି ପରୀ
ଫୁଲଙ୍କର; ତାରାଙ୍କର
ସଭିଙ୍କର ଗୀତ।
ଆହୁରି ଆହୁରି ଗୀତ ଗାଉ ପରୀ
ଆହୁରି ଆହୁରି ଚିତ୍ରଆଙ୍କୁ।
ସବୁ ଚିତ୍ରରେ ରହୁ
ଖୁସି ଆଉ ଆନନ୍ଦର ରଙ୍ଗ।
ସବୁ ଗୀତ ଜୁଡୁବୁଡୁ ହୋଇଯାଉ
ସ୍ବପ୍ନର ବାସ୍ନାରେ
ପରୀ ସ୍ଵପ୍ନ ଦେଖୁ
ଜୀବନକୁ କୋଳେଇ ନେବାର ସ୍ବପ୍ନ।
ପରୀର ଚିତ୍ର ଆଉ ଗୀତରେ
ମହକି ଉଠୁ ଜୀବନ।
ମହକି ଉଠୁ ସମୟ।।