ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୫ ମଇ ୨୦୨୪
ଏଇ ମନ ଯଦି ପୁରୀ ବାରଣାସୀ
ଏଇ ମନ ଯଦି କାଶୀ
ଏମନେ କିମ୍ପାଇ ବ୍ୟଥା ଦେଲ କୁହ
ଦୁଃଖ ଦେଲ ରାଶି ରାଶି । ୧।
ଏ ମନେ ତମେ ତ ବୁହାଇ ଦେଇଛ
ଭଲ ପାଇବାର ନଈ
କିମ୍ପାଇ ମନରେ ଦୁଃଖର ବଇଁଶୀ
ବଜାଉଛ ରହି ରହି । ୨ ।
ତମେ ପରା ପ୍ରଭୁ ଭାବକୁ ନିକଟ
ଅଭାବକୁ ତୁମେ ଦୂର
କାହିଁକି ତା ହେଲେ ଗୋଟିଏ ମନରେ
ସୃଜିଲ ତମେ ଗୋ
ଅନେକ ଆଶାର ସ୍ୱର । ୩ ।