ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୯ ଜାନୁଆରୀ ୨୦୨୪
ଏତ ରାଜଧାନୀ,
ମନ୍ଦିର ମାଳିନୀ ,
କଂକ୍ରିଟ ଜଙ୍ଗଲ ମଥା ତୋଳେ
ହଟାଇ ସବୁଜ ବନାନୀ,
ଏତ ରାଜଧାନୀ ।।
ବିକାଶର ଧ୍ୱଜା ଉଡ଼େ,
ପ୍ରଗତିର ଧ୍ୱନୀ ପଡ଼େ,
ଉତ୍କଟ ବେକାରୀ ବିରାଜେ
ଏଠି ଚାକିରି ଦିଶେନି,
ଏତ ରାଜଧାନୀ ।।
ମସଗୁଲ ଏଠି ନେତା,
ଶୋଷିତ ହୁଏ ଜନତା,
କଲ୍ୟାଣ ଯୋଜନାରୁ ସେମିତି
ସୁଫଳ ମିଳେନି,
ଏତ ରାଜଧାନୀ ।।
କ୍ଷମତାରେ ଯିଏ ଥାଏ,
ନିଜ ସ୍ୱାର୍ଥ ଦେଖି ନିଏ,
ଦୁଃଖୀଙ୍କ ଆର୍ତ୍ତ ଚିତ୍କାର
ତାଙ୍କୁ ଶୁଭେନି,
ଏତ ରାଜଧାନୀ ।।
ଆମେ ପରା ସ୍ୱାଭିମାନୀ,
ସବୁ କରୁଁ ଆମଦାନି,
ଅମଲା ବୋଲାନ୍ତି ନିଜକୁ
ସବୁଠାରୁ ଜ୍ଞାନୀ,
ଏତ ରାଜଧାନୀ ।।
ଅମଲା ଚଳାନ୍ତି ଶାସନ,
ନେତା ଅଦୃଶ୍ୟମାନ,
ଜନତାଙ୍କ ମୌଳିକ ଦାବି
(ଏଠି) ପୂରଣ ହୁଏନି,
ଏତ ରାଜଧାନୀ ।।
ନିର୍ବାଚନ ଆସିଗଲେ,
କେତେ ପ୍ରତିଶୃତି ମିଳେ,
ଆଉ ଅଭାବ ରହିବ ନାହଁ
ସବୁ ହେବେ ଧନୀ,
ଏତ ରାଜଧାନୀ ।।