• About
  • Contact
Tuesday, December 16, 2025
Tuesday, December 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଫଗୁଣକୁ ଚିଠି

ଫଗୁଣକୁ ଚିଠି
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୨୭ ଫେବୃଆରୀ ୨୦୨୩

ଫେରିଲନି ତୁମେ ଫଗୁଡାଲା ନେଇ ଫାଜିଲ ଗାଧୁଆ ତୁଠେ।
ତେଲ ଗିନାକର ଆୟୁଷ ସାଥିରେ ପ୍ରେମ ପିଏ ପାଣି ପେଟେ।
ବିଡ଼େ ସରାଗକୁ ବେଳ ରତରତ ମଳୟ ବାନ୍ଧିନି ଯୁଡ଼ା ।
ତୁମେ ଛୁଇଁଲନି ପ୍ରେମରେ ପ୍ରେମରେ ଗାଁ ମୁଣ୍ଡ କୃଷ୍ଣଚୂଡ଼ା।

ତୁମେ ଛୁଇଁ ନାହିଁ ଆମ୍ବୁଆଳି ଦେହ ଦରଜ ଲାଗିନି ମନ।
ଦେହରୁ ଆଖିକୁ ଡେଇଁନି ସପନ ଛାଏଁ ସରିଗଲା ଦିନ।
ଛାଇ ନିଦ ଟିକେ ଛୁଇଁଲା ବେଳକୁ ଫଗୁଣିଆ ଖରାବେଳେ।
କେମିତି କହିଲ ଲେଉଟି ଯିବହେ ପାଦରେ ଅଳତା ଫାଳେ।

ଅଶକତ ଦେହେ ରଜନୀର ମୋହ ହୋଇନାହିଁ ଅଶରୀରି।
ରଙ୍ଗ ଲାଗି ନାହିଁ ଦେହରେ ମନରେ ମଳୟ ପରଶ ଧରି।
କିଛି ତ ସମ୍ପର୍କ ଲୁଚେଇ ଲୁଚେଇ ସଳଖି ଚାଲିନି ପୁରା।
ଶୀତ ଗୀତ ଏବେ ପୁରା ସରି ନାହିଁ ନାଚିଲାଣି ଚାଇଁ ଖରା।

ଆସିବ ଆସିବ କାଇଁ ଲେଖିଥିଲ ଶୀତ ଲଫାପା ରେ ଚିଠି।
ଶୂନ୍ୟ ଶୃଙ୍ଗାର ମୋ ତୁମ ଅନିଶାରେ ବାଆଁରେଇ ଦେଖେ ମାଟି।।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

କିଛି କଥା – ୫
Literature

କିଛି କଥା – ୫

by ପ୍ରଭୁକଲ୍ୟାଣ ମହାପାତ୍ର
December 16, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୬ ଡିସେମ୍ବର ୨୦୨୫ କିଛି କଥା କୁହାଯାଏ ନରମ ଗଳାରେ ଆଉ କିଛି କଥା ପୁଣି କର୍କଶ ସ୍ୱରରେ, ଗୁଣୀଜନଙ୍କର ବାଣୀ ବିନମ୍ର ଭାବରେ...

Read more
କିଛି କଥା -୪

କିଛି କଥା -୪

December 9, 2025
ଦିଲ୍ଲୀ ବହୁଦୂର (ଭାଗ ୫୩)

ଦିଲ୍ଲୀ ବହୁଦୂର (ଭାଗ ୫୩)

December 8, 2025
ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

December 3, 2025
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.