• About
  • Contact
Sunday, September 20, 2026
Sunday, September 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଗାଆଁ କନିଆଁ, ସିଂଘାଣି ନାକୀ

ଗାଆଁ କନିଆଁ, ସିଂଘାଣି ନାକୀ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୬ ମାର୍ଚ୍ଚ ୨୦୨୪

ଗାଆଁ କନିଆଁ, ସିଂଘାଣି ନାକୀ
ସରାଗ କମି ଯାଏ,
ଆଖି ଆଗରେ, ଘର ପାଖରେ
ନିଇତି ଦେଖା ଦିଏ ll
ହେଉ ସେ ଧୀର, ହେଉ ସେ ସ୍ଥିର
ହେଉ ସେ ବୁଦ୍ଧିମତୀ,
ହେଉ ପାଠୋଇ, ଗୁଣି ଜ୍ଞାନୀ ସେ
କରେନା କେହି ପ୍ରୀତି ll
ରୂପ ଗୁଣରେ, ଅପରୂପରେ
ମଉନାବତୀ ହେଉ,
ଚାଲି ଚଳଣି, ସରଳ ପୁଣି
କେହି ଚାହିଁବେ ନାହିଁ ll
ଗାଆଁ ପ୍ରତିଭା, ବିଜ୍ଞତା ଆଭା
ଗାଆଁରେ ନାକ ଟେକା,
ହୋଇ ଅସହ୍ୟ, ହତାଦରରେ
ମଳିନ ତେଜ ଶିଖା ll
କହଇ କିଏ, ଦେଖାଇ ହୁଏ
ଫୁଲାଇ ତାର ଛାତି,
ସମାଲୋଚନା, କଟୁ ଭାବନା
ମନରେ ମାରେ କାତି ll
ପର ତିଅଣ, ବହୁତ ଗୁଣ
ରୁଚି ଲାଗଇ ଯାହା,
ମାଗି ଖିଆଙ୍କ, ସେ ପରା ରଙ୍କ
ଚାଟି ଖାଇବେ ତାହା ll
ଘରର ରନ୍ଧା, କରନ୍ତି ନିନ୍ଦା
ଜିରାରୁ ଶିରା କାଢ଼ି,
ଦେଲେ ଅଧିକ, ମନରେ ଦୁଃଖ
ହୋଇବେ କାଢ଼ି ଝାଡ଼ି ll
ପର ମାଇପ, ସେ ଅପରୂପ
ଶୋଭା ସୁନ୍ଦର ଦିଶେ,
ଘର ଘରଣୀ, ଅଲକ୍ଷ୍ମୀ ପୁଣି
ଗାଳି ଗୁଲଜ ଭାସେ ll
ଗାଆଁ ସଂସ୍କୃତି, ନାଟ୍ୟ ପୀରତି
କମି କମି ସେ ଆସେ,
ଲୋକ କଳାଟି, ମାଟିକୁ ଚାଟି
ମଉନେ ଘରେ ବସେ ll
ପର ଗାଆଁର, ନାଟ ସୁନ୍ଦର
ଅଧା ଲଙ୍ଗଳା ନୁଆଁ
ସରାଗ ନେଇ, ଦୂରକୁ ଯାଇ
ଆଖି ଦେଖିବ ତାହା ll
ଉପହାରରେ, ପ୍ରଶଂସା ଟିରେ
କରିବେ ବାହା ବାହା,
ମାଆ ମାଇପ, ଭଉଣୀ ବାପ
ଚାତକ ପରି ଚାହାଁ ll
ମନ ବିକାର, ହୋଇ ଶିକାର
ଭଲ ଚିହ୍ନଇ ନାହିଁ,
ଭଲକୁ ଖୋଜି, ମାୟାରେ ମଜ୍ଜି
ହେଉଛି ହାଇଁଫାଇଁ ll
ପର ଝିଅଟି, ଘରଟି ଭାଙ୍ଗୁ
କରୁ ସେ ହଟହଟା,
ମନ ସହଇ, ଦାଉକୁ ନେଇ
ଲାଗଇ ସିଏ ମିଠା ll
ଘରେ କାନ୍ଦଣା, ଦାଣ୍ଡେ ବନ୍ଦନା
ଡରି ଡରିକା କଥା,
ଗାଆଁ କନିଆଁ, ସିଂଘାଣି ନାକୀ
ଏହିତ ଆମ ଚିନ୍ତା ll
ମୃଗ ଦେହରେ, କସ୍ତୁରୀ ଭରେ
ବିଧାତା ଲୀଳା ଏହି
ବନରେ ଧାଇଁ, ଖୋଜଇ ସେହି
ଅଜ୍ଞ ପାଗଳା ହୋଇ ll
ମତି ଭ୍ରମରେ, ମନ ଗର୍ବରେ
ଶାଳଗ୍ରାମକୁ ତେଜି
ଧରୁ ପଥର, ଗୋଡ଼ିକୁ ସାର
ଅଲୋଡ଼ା ଶିଳା ଖୋଜି ll

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ପକ୍ଷୀଘର।
Literature

ପକ୍ଷୀଘର।

by ସଚ୍ଚିଦାନନ୍ଦ ବେହେରା
September 19, 2026

ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୧୯ ସେପ୍ଟେମ୍ବର ୨୦୨୬ ନୀଡ଼ହରା ଏକ କ୍ଲାନ୍ତ ପକ୍ଷୀ ମୁଁ ମୋ ଠିକଣା ଯାଇଛି ହଜି ନୀଳ ଆକାଶରେ ଉଡ଼ି ବୁଲୁଛି...

Read more
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.