ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୮ ଜାନୁଆରୀ ୨୦୨୪
ମୁଁ ହଂସ ଧ୍ବନୀର ନଈ
ନିରବଧି ଯାଏଁ ବହି
ସ୍ବପ୍ନକୁ ସାଥେ ନେଇ
ମୁଁ ଆଶାଢର ଆଶାବରୀ
ଲୁହ ହୋଇ ଯାଏ ଝରି
କେତେ ଶ୍ରାବଣର ସ୍ମୃତିରେ ମୋ ମନ
ଭିଜାଇ ଦେଇଛି ମୁହଁ
ଭିଜା ବଉଳର ଶବ୍ଦେ ବିଭୋର ହୋଇ
ସ୍ଵପ୍ନ ଭିତରୁ କବିତାର ସ୍ମୃତି ନେଇ
ବନ ହଂସୀକୁ ସହଚରୀ କରି
ମୁଁ ବହିଯାଉଛି ହଂସ ଧ୍ବନୀର ନଈ ।