ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୭ ଅପ୍ରେଲ ୨୦୨୪
କ୍ଷୀଣ ଆଶାର ଆଲୋକ ତୁମେ
ଦୁଃଖ ଦରିଆରେ ତରୀ ତୁମେ
ଯୋଗୀର କାନ୍ଧରେ ଥାଳ ତୁମେ
ଭକତର ବନ୍ଧୁ ପରି ତୁମେ ।।
ହେ ରାମ, ହେ ରାମ, ଜୟ ଶ୍ରୀ ରାମ, ରାଜା ରାମ।
ବଂଶୀର ତାନରେ ସ୍ୱର ତୁମେ
ସଞ୍ଜ ସଳୀତାରେ ଶିଖା ତୁମେ
ରୁଦ୍ଧ କୋଠରୀରେ ଶ୍ୱାସ ତୁମେ
ଜୀବନେ ସ୍ପଦନକାରୀ ତୁମେ ।।
ହେ ରାମ, ହେ ରାମ, ଜୟ ଶ୍ରୀ ରାମ, ରାଜା ରାମ।
ଶିଶୁର ଓଠରେ ହସ ତୁମେ
ରମଣୀ ଲାଜରେ ବସ ତୁମେ
ଭସା ବାଦଳରେ ବର୍ଷା ତୁମେ
ପ୍ରକୃତିର ସୁନ୍ଦରତା ତୁମେ ।।
ହେ ରାମ, ହେ ରାମ, ଜୟ ଶ୍ରୀ ରାମ, ରାଜା ରାମ।
ଶୀତୁଆ ସକାଳ ଖରା ତୁମେ
ଘନ ଅନ୍ଧାରେ ବିଜୁଳୀ ତୁମେ
ଦିନ ମଜୁରିଆ ଝାଳ ତୁମେ
ବୃଦ୍ଧ କାଳେ ତାର ଲାଠି ତୁମେ ।।
ହେ ରାମ, ହେ ରାମ, ଜୟ ଶ୍ରୀ ରାମ, ରାଜା ରାମ।
ସୃଷ୍ଟିର ମଙ୍ଗଳକାରୀ ତୁମେ
କୀର୍ତ୍ତନ ମଣ୍ଡଳୀ ହରି ତୁମେ
ବଜରଙ୍ଗବାଲି ରାମ ତୁମେ
ରାଧାରାଣୀ ଙ୍କର ଶ୍ୟାମ ତୁମେ ।।
ହେ ରାମ, ହେ ରାମ, ଜୟ ଶ୍ରୀ ରାମ, ରାଜା ରାମ।