ଆଲୋକ କୁମାର ପ୍ରଧାନ, ପୁରୀ, ୨୪ ମାର୍ଚ୍ଚ ୨୦୨୫
କଣ୍ଟ ଦିଆ କଥା କାଟକୁ ପାଏ କି ଲଟେଇ ପାରେନି ଖୋଲି
ଅଣ୍ଟାଖୋସଣୀରୁ ଖସିପଡିଲେ ବି ଉଠେଇ ହୁଏନି ଚାଲି
ସବୁ ଚାଲିରେ ଯେ ପଦୁଅଁ ଫୁଟେନା ତଥାପି ଥକେନି ପାଦ
ସବୁ ସୁଆଙ୍ଗକୁ ଆଦର ସାଙ୍ଗରେ ମିଳେ କିଛି ଅପବାଦ
ଖାପଛଡା କଥା ଖୁପୁରୁ ଖୁପୁରୁ ଡେଇଁ କେତେ ବାଟ ଯାଏ
ସବୁ ପ୍ରତ୍ୟାଶାର ସବାଶେଷ ଧାଡ଼ି ସହଜେ କି ଲେଖି ହୁଏ
ଅନୁଭୂତି ହେବା ଭାଗ୍ୟରେ ଥାଏ କି ସବୁ ଗଲା କଥା ଭାଗେ
ଭୋଅର ଆଲୁଅ ପାହିଲା ରାତିକୁ କେତେବା ଆୟୁଷ ମାଗେ?
ମଝି କପାଳର ସବୁ ଟୀକା କ’ଣ ଅଣଲିଭା ହୋଇ ଫେରେ
ସବୁ ଆଲିଙ୍ଗନ ଲାଜରେ ସରେ କି ଅଣଲାଜ ହୋଇ ମରେ
କେତେ ବିଶ୍ବାସକୁ ନିଃଶ୍ବାସରେ ଫେଣ୍ଟି ଜୀବନଟା ଠିଆ ହୁଏ
ନିଜ ପରି କେତେ ଖିଆଲ ଧାରରେ ଚିହ୍ନି ବି ଅଚିହ୍ନା ହୁଏ
ସବୁ ବରାଦକୁ ଫେରାଦ ଫାନ୍ଦେ କି ଯଦି ଜିଦ୍ ଟାଏ ହେଲେ
ସବୁ କାରଣର ପରିଣାମ ହୁଡେ ଯଦିଠି ନିଘା ରହିଲେ ।।