ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୯ ଜୁନ୍ ୨୦୨୫
ଯାହା ଯାହା କହିବାର ଅଛି
ସବୁ କହିଦିଅ ଆଜି
ଯେତେ ଯେତେ ସୁକୁମାର ଇଚ୍ଛା ଅଛି
ସେ ଇଛା ସବୁକୁ ଏକାଠି କରି
ମାଳାଟିଏ ବନେଇ ଦିଅ
ଯେଉଁ ମାଳାରେ କେବଳ
ସ୍ନେହ, ପ୍ରେମ ଏବଂ ତ୍ୟାଗର
ଟିକିଟିକି ମୁକ୍ତା ବିନ୍ଦୁ ଲାଗି ରହିଥିବ।
ତମ ଯାତ୍ରାପଥ ସବୁବେଳେ
କଲ୍ୟାଣମୟ ଏବଂ ସୌରଭମୟ
ସାମ୍ନାରେ ଆଜି ଲମ୍ବା ରାସ୍ତା
ଭିଜା ମାଟିର ବାସ୍ନାରେ
ସେ ରାସ୍ତା ସୁଗନ୍ଧିତ
ଯେଉଁ ମାଟିର ଗନ୍ଧରେ ତମେ ଆଜି
କବିତା ଲେଖୁଛ।
କବିତାର ପାଦଚିହ୍ନ ସେ ମାଟିରେ
ସ୍ମୃତିର ସିନ୍ଦୁକର
ତମ ପିଲାଦିନ ସ୍କୁଲଦିନ
ସବୁ ସାଇତା ହୋଇ ସେମିତି ରହିଥାଉ
ସେ ମାଟିରେ।