ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୨୪ ଅଗଷ୍ଟ ୨୦୨୩
ମାମୁଁ ଘରେ ଆଜି
ଆନନ୍ଦ ଉଲ୍ଲାସ
ଭଣଜା ପାଦ ଥାପିଛି,
ଫଟୋ ଉଠାଇବ
ତଥ୍ୟ ସାଉଁଟିବ
ଅଜଣା ନଥିବ କିଛି ।
ପୁରାଣ ଯୁଗରୁ
ମାମୁଁ ଡାକି ଡାକି
କଳିଯୁଗେ ଭେଟ ହେଲା,
କାମନା ବାସନା
କଳ୍ପନା ଜଳ୍ପନା
ଆନନ୍ଦରେ ଭରିଗଲା ।
ଖିର ଭାତ ସେଠି
କିଏ ଖୁଆଇବ
ମାଇଁ ରହିଲେ ମର୍ତ୍ତ୍ୟରେ,
ଗୋଡ଼ ଧୋଇବାକୁ
ଜଳ ଖୋଜା ପଡ଼େ
ମିଳିବା ଆଶା ସଞ୍ଚରେ ।
ବିଜ୍ଞାନ ଯୁଗରେ
ଅଜ୍ଞାନ ନରହେ
ଗବେଷଣା କରେ ଦୂର
ଖୋଜିଲେ ମିଳିବ
ପଣା ପାଣି ସବୁ
ଜହ୍ନ ଆମ ମାମୁଁଘର ।