ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୨ ଫେବୃଆରୀ ୨୦୨୩
ଭଲ ପାଇବାର ରଙ୍ଗରେ ଯାର
ମାଟି ଓ ଆକାଶ ନଇ
ଯାଇଛି ସବୁଜ ହୋଇ
ସେ ଅନୁରାଗର ରଙ୍ଗରୁ ଟିକେ
ମୋତେ କି ଗୋ ଦେବ ନାହିଁ।
ଚିତ୍ରଟିଏ କି ଅଙ୍କା ହୋଇଛି
ଦୂର ଆକାଶର କୋଳେ
ଧାନବିଲ ତଳେ ସବୁଜ ସପନ
ଦିକି ଦିକି ହୋଇ ଜଳେ।
ସେଇ ସପନର ରଙ୍ଗରୁ ଟିକେ
ମୋତେ କିଗୋ ଦେବ ନାହିଁ
ଭଲ ପାଇବାର ରଙ୍ଗରେ ଯାର
ମାଟି ଓ ଆକାଶ ନଇ
ଯାଇଛି ସବୁଜ ହୋଇ ।