ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୩ ଜୁଲାଇ ୨୦୨୩
ଜାଣିନି କେତେ ଆଉ ବିଷାଦ ନଈ କୂଳେ
ଗାଇବି ବେଦନାର ଗୀତିକା
ପାରିନି ଶେଷ କରି ଜୀବନେ ଆଜି ଯାଏ
ଅଧା ଲେଖା ମୋ କବିତା । ୧ ।
ମୁଁ ଏକ ଭସା ମେଘ ଯାଉଛି ଭାସି ସିନା
କୁଆଡ଼େ ଯାଉଛି ମୁଁ ଜାଣେନା
ଧୂସର ଜୀବନରେ ବହୁ ବେଦନା ଆଜି
ପାଥେୟ କରି ବହୁ ଯାତନା । ୨ ।
ହଜାଇ ଦେଇଅଛି ଜୀବନେ ଯେତେ ମୋର
ସ୍ମୃତିର ହୀରା ନୀଳା ମୁକୁତା
ଜାଣିନି କେତେ ଆଉ ବିଷାଦ ନଈ କୂଳେ
ଗାଇବି ବେଦନାର ଗୀତିକା । ୩ ।