ଆଲୋକ କୁମାର ପ୍ରଧାନ, ପୁରୀ, ୫ ଡିସେମ୍ବର ୨୦୨୨
ଯେଉଁଠି ଜୀବନ ଗୀତଟିଏ ହୋଇ ଆପେ ସ୍ବର ଟିଏ ହୁଏ।
ଯେଉଁଠି ଜୀବନ ନିଜ ସୁର ତାଳେ ବେହିସାବେ ଜିଉଁ ଥାଏ।।
ଯେଉଁଠି ଜୀବନ କାଲିର ଦେହରେ ହସୁଥାଏ ଆଜି ହୋଇ।
ସେଇଠି ଜୀବନ ସିନ୍ଥି ସଜାଡ଼େ ଶିଙ୍ଗି ପାନିଆଟେ ଥୋଇ।।
ଯେଉଁଠି ଜୀବନ ବାଟଟିଏ ହୋଇ ପଥୁକୀ ପରିକା ଧାଏଁ।
ଯେଉଁଠି ଜୀବନ ଆପଣା ଦେହରେ ଦେହକୁ ଉଜଉଁ ଥାଏ।।
ଯେଉଁଠି ଜୀବନ ଶ୍ୟାମଳିମା ରଙ୍ଗେ ରକ୍ତକୁ ଧୋଇ ଦିଏ।
ସେଇଠି ଜୀବନ ବାଲି ବଠିଇରେ ମିଞ୍ଜି ମିଞ୍ଜି ଦୀପଟିଏ।।
ଯେଉଁଠି ଜୀବନ କାଲି କୁ କୀଳଇ ଆଜି ର ନିଅଣ୍ଟ ସୁରେ।
ଯେଉଁଠି ଜୀବନ ବାକି ଭରସାରେ ବାଇଆ ବସାରେ ଝୁରେ।।
ଯେଉଁଠି ଜୀବନ ଆପଣା ପଣରେ ପଣବନ୍ଦୀ ଚିରକାଳ।
ସେଇଠି ଜୀବନ ଦୁଃଖ ସୁଖ ମେଳେ ବାଉଳା ପବନ ଖେଳ।।
ସେଇଠି ଜୀବନ ଭାବନା ଭାଡ଼ିରେ ଆଶ୍ବସ୍ତି ଲୋଟଣୀ ପାରା।
ଭାବଠୁ ନିକଟେ ଅଭାବଠୁ ଦୁରେ ନିଇତି ପୁହାଏଁ ଖରା।।