ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୬ ଅକ୍ଟୋବର ୨୦୨୪
ଜୀବନର ଏଇ ଯାତ୍ରାପଥରେ
କେତେ କିଏ ଆସି ମୋ ଭାବନା ଗଲେ ଛୁଇଁ
ତମେ କିନ୍ତୁ ଜଣେ ନିଆରା ମଣିଷ
କିଛି ବି କହିଲ ନାହିଁ ।
ଏଇ ଜୀବନର ଯାତ୍ରାପଥରେ
ଭେଟିଲି କେତେଯେ
ସବୁଜ ସ୍ୱପ୍ନଦିନ
ସେ ସପନ ପୁଣି ଭିଜାଇ ଦେଇଛି
ଆବେଗରେ ତମ ମନ।
କେତେ ଆବେଗର ନଈ ସେପାଖରେ
ତମେ କି ବସିଛ ଆଜି
ଜୀବନର ଏଇ ଯାତ୍ରାପଥରେ
ପ୍ରେମର ପ୍ରତିଭୂ ସାଜି।