ପ୍ରମୋଦ କୁମାର ଦାଶ, କଟକ, ୯ ମାର୍ଚ୍ଚ ୨୦୨୩
ଆସ ପିଲେ ଆମେ ଗଛ ଲଗାଇବା
ଆଗାମୀ ଭବିଷ୍ୟ ପାଇଁ,
ଗଛ ମାତାପିତା ଜୀବନ୍ଧୁ ଦେବତା
ଗଛ ଅଟେ ବନ୍ଧୁ ଭାଇ।
ସବୁ ଜୀବଙ୍କୁ ସେ ଦିଏ ସବୁକିଛି
ରହିଥାଏ ଛିଡା ହୋଇ,
ଥକିଯାଏ ନାହିଁ କଦାପି ନିମିଷେ
ଜଗତ ମଙ୍ଗଳ ପାଇଁ।
ମାଆ ପରି ତାର ସବୁଜ ପଣତ
ଦିଅଇ ଶୀତଳ ଛାଇ,
ଭୋକ କଲେ ଦିଏ ଖାଦ୍ୟ ଭଳି ଭଳି
ପ୍ରାଣୀଙ୍କ ଜୀବନ ପାଇଁ।
ତାଜା ବାୟୁ ଦିଏ ଜୀବନ ପାଇଁ କି
ଅଙ୍ଗାରକାମ୍ଳକୁ ପିଇ ,
ନିରୋଗ ଜୀବନ ଅଟେ ବୃକ୍ଷ ଦାନ
ସଦା ବୃକ୍ଷ ସେବୁଥାଇ।
ପତ୍ର ଚେର ମୂଳ ବକଳ ଠୁ ରସ
ଓଁଷଧ ସେ ରୋଗ ପାଇଁ,
ପରିଶ୍ରମ କରି ଝାଳ ବହିଗଲେ
ଗଛମୂଳ ଦିଏ ଛାଇ।
ସବୁଠୁ ଶୀତଳ ଅଟେ ଗଛମୂଳ
ଆଶ୍ରା ସେ ବାଟୋଇ ପାଇଁ,
ସବୁ ଜୀବଜନ୍ତୁ ବୃକ୍ଷ ର ମୂଳରେ
ଥାଆନ୍ତି ବିଶ୍ରାମ ନେଇ।