• About
  • Contact
Tuesday, December 16, 2025
Tuesday, December 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଜିଦ୍‌ଖୋର ପିଲାଦିନ

ଜିଦ୍‌ଖୋର ପିଲାଦିନ
Share on FacebookShare on Xshare on Whatsappshare on Linkedin
ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧ ଅକ୍ଟୋବର ୨୦୨୩

କେମିତି କେଜାଣି ଭୁଲିଅଛି ଏତେକାଳ
ଶେଷ ପଉଷର ଖରା ଆଉ ଛାଇ
ମଝିରେ ମୋ ଗାଁ ଘର ।

ସେଇ ଘରୁ ଶୁଭେ ମାଆର ମଧୁର ସ୍ଵର
ପ୍ରଥମାଷ୍ଟମୀ ଓ ମାଣବସା ଗୁରୁବାର
ଲକ୍ଷ୍ମୀପାଦର ଝୋଟି ଓ ମୁରୁଜ
ସ୍ଵପ୍ନ ସଜଳ ଦିନ ।

ଶେଷ ପଉଷର ଖରା ଆଉ ଛାଇ
ଜିଦ୍‌ଖୋର ପିଲାଦିନ
ସେହି ପିଲାଦିନ ଆକାଶରେ ଦିଶେ
ଅସଂଖ୍ୟ ଶଙ୍ଖ ଚିଲ ।

ବିଲ ବଣ ଘେରା
ସବୁଜିମା ଭରା
ଦୂର ଗାଁ ମାଆ ଘର
ସେଇ ଘରୁ ଶୁଭେ
କବି ମନ ଭୁଲା
ଅଭୁଲା ସ୍ମୃତିର ସ୍ଵର ।

ମନୋରମା ବିଶ୍ଵାଳ ମହାପାତ୍ର

ମନୋରମା ବିଶ୍ଵାଳ ମହାପାତ୍ର

ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ର ଓଡ଼ିଶା ଏବଂ ଭାରତର ଜଣେ ସୁପରିଚିତ ଓ ସୁନାମଧନ୍ୟ କବି।
ଫୋନ୍ - ୯୪୩୭୦୧୧୦୦୩

Related Posts

‌ତାରକ ଦା’ (ଭାଗ ୫୪)
Literature

‌ତାରକ ଦା’ (ଭାଗ ୫୪)

by Manas Ranjan Mahapatra
December 16, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୬ ଡିସେମ୍ବର ୨୦୨୫ ଆଜିକାଲି ମୋର ତାରକ ଦା’ କଥା ଭାରି ମନେପଡ଼େ। ତାରକ ମୁଖାର୍ଜୀ କେବେ ନୂଆଖାଲି ଦଙ୍ଗାରେ ବାପାମାଆଙ୍କୁ...

Read more
କିଛି କଥା – ୫

କିଛି କଥା – ୫

December 16, 2025
କିଛି କଥା -୪

କିଛି କଥା -୪

December 9, 2025
ଦିଲ୍ଲୀ ବହୁଦୂର (ଭାଗ ୫୩)

ଦିଲ୍ଲୀ ବହୁଦୂର (ଭାଗ ୫୩)

December 8, 2025
ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

December 3, 2025
କିଛି କଥା – ୩

କିଛି କଥା – ୩

December 2, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.