ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨୧ ଜୁଲାଇ ୨୦୨୪
କଅଁଳ ଘାସର ଶିଶିର ଉପରେ
ସୂରୁଜର ଲୁହ ହୋଇ
ଝରିପଡ଼ିଥିଲି ଲୁହ ବିନ୍ଦୁ ମୁଁ
କାହାର ବନ୍ଦନା ଗାଇ । ୧।
ସେଇ ବନ୍ଦନା ଭିତରେ ମୁଁ ଆଜି
ଛୋଟିଆ ରାଗିଣୀଟିଏ
କି ଉଲ୍ଲାସେ ଆଜି ମନଯାଏ ପୁରି
ଦବ୍ଯ ଭାବନା ନେଇ । ୨।
ଦୀପଶିଖା ମୁହିଁ ତମ ମନ୍ଦିରେ
ଜଳେ ଦିକିଦିକି ହୋଇ
ତୁମ ମନ୍ଦିରେ ତୁମକୁ ଦେଖୁଛି
ଦୀପଶିଖାଟିଏ ହୋଇ । ୩ ।