• About
  • Contact
Tuesday, October 13, 2026
Tuesday, October 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କାଳଜୟୀ ବୈଷ୍ଣବ ପାଣି

କାଳଜୟୀ ବୈଷ୍ଣବ ପାଣି
Share on FacebookShare on Xshare on Whatsappshare on Linkedin
ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨୭ ଅପ୍ରେଲ ୨୦୨୫

ହେ ପୂଜ୍ୟ ତୁମେ ନମସ୍ୟ ନମାମି
ସମୟ ସ୍ରୋତରେ କାଳଜୟୀ।
ତୁମ ଗାଥା ଆଜି ଜନ ମାନସରେ
ଗଣକବି ହୋଇ ଗଲା ରହି।।

ନୀ-ରସ ମନରେ ଭରି ଦେଇଥିଲ
ନିଜ ରଚନାର ନାଟ୍ୟରସ।
ନିରକ୍ଷରତାରେ ପୁରି ରହିଥିଲା
ସେ କାଳ ସମାଜ, ସେ ମଣିଷ।।

କୁପୋଷଣ ଆଉ ସାମନ୍ତ ଶାସନ
ଅବହେଳା ନିଷ୍ପେସିତ ଜନେ।
ହାସ୍ୟ ରସ ଆଉ ସୁଆଙ୍ଗ ରଚିଲ
ଉର୍ଜା ଭରିଦେଲ ଜନ ପ୍ରାଣେ।।

କେତେ କଳାକାର ଗଢିଲେ ଆପଣ
ପୁର ପଲ୍ଲୀ ହେଲା ପୁଲକିତ।
ଚାରି ଆଡେ଼ ଚର୍ଚ୍ଚା ବୈଷ୍ଣବ ପାଣି
ଗୀତିନାଟ୍ୟ ତାଙ୍କ ଅଦ୍ଭୁତ।।

ଅଭିନୟ କିସ, ଶିଖାଇଲ ତୁମେ
ବାଦ୍ୟ ଘୁଙ୍ଗୁରର ତାଳେ ତାଳେ।
ନାଚି ନଚାଇଲ ଦେଖି ଦ୍ରବି ଗଲେ
ରହିଗଲା କୀର୍ତ୍ତି କାଳେ କାଳେ।।

ଆଜି ବି ରହିଛି ଉଜ୍ଜୀବିତ ହୋଇ
ତୁମ ସେ ନାଟକ କର୍ଣ୍ଣବଧ।
‘କାର୍ମୁକ ଟଙ୍କାର ଅସ୍ତ୍ରର ଝଙ୍କାର’
ଶୁଣିଲେ ଜନତା ହୁଏ ସ୍ତବଦ।।

ଯୋଗ ଜନ୍ମା ତୁମେ ଉତ୍କଳ ମାଟିରେ
ଜନ୍ମ ନେଇଥିଲ କାଳଜୟୀ।
ରହିଗଲା ଯଶ ଆଉ ଥରେ ଆସ
ଏ ଜାତି ରହିଛି ବାଟ ଚାହିଁ।।

ବିଜୟ କୁମାର ପାଣି

ବିଜୟ କୁମାର ପାଣି

ସମାଜସେବୀ ଏବଂ କବି

Related Posts

ନିଆରା ମଣିଷ : ଶରତ ବାବୁ
Literature

ନିଆରା ମଣିଷ : ଶରତ ବାବୁ

by ବିଜୟ କୁମାର ପାଣି
October 12, 2026

ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୨ ଅକ୍ଟୋବର ୨୦୨୬ ଧୋତିକୁ ପଞ୍ଜାବୀ ଭାରି ମାନୁଥିଲା ଓଡ଼ିଆର ବେଶ ଭୂଷା। ହସ ହସ ମୁଖେ ମିଠା ମିଠା...

Read more
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
ମନେ ପଡେ ଆଜି ଦିନ

ମନେ ପଡେ ଆଜି ଦିନ

October 2, 2026
ଚଷମା

ଚଷମା

September 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.