• About
  • Contact
Sunday, June 7, 2026
Sunday, June 7, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କଲମର ଧର୍ମ

କଲମର ଧର୍ମ
Share on FacebookShare on Xshare on Whatsappshare on Linkedin
ବିବେକାନନ୍ଦ ଦାସ, କଟକ, ୧୪ ଜାନୁଆରୀ ୨୦୨୩

ଖବରକୁ ନେଇ ସାଲିସ କରନା
ମାଲିସ କରନା ତେଲ,
ଗଣତନ୍ତ୍ରର ତୁମେ ଚତୁର୍ଥ ସ୍ତମ୍ଭ
ସାମ୍ବାଦିକତାକୁ ପେଷା କରନି
ନିଶାରେ ସୀମିତ ରହୁ
ସତ ଘଟଣା ତୁମ କଲମ ମୁନରେ
ନିତି ପ୍ରକାଶ ପାଉ ।
ଜନତାର ତୁମେ ଦରଦୀ ବନ୍ଧୁ
ବିପଦେ ପାଲଟ ସାଥି,
ଦୁର୍ନୀତି ଅବା ଅନିତୀକୁ ଦେଖି
ତୁମ ରକତ ଉଠୁ ତାତି
ପାଦେ ପାଦେ ତୁମ ରହିଛି ବିପଦ
ନିତି ମାଡି ଆସିଥାଏ ।
ତୁମ ସାହସ ଧୈଯ୍ୟକୁ ଦେଖି
ଶତ୍ରୁ ସଙ୍କି କରିଯାଏ ,
କଲମରେ ତୁମ ଶକତି ରହିଛି
ଅଶୀ ନିତି ଯାଏ ହାରି ।
ତୁମେମାନେ ଯଦି ଭିକାରୀ ସାଜିବ
କିଏ ଶୁଣିବ ଗୁହାରୀ,
ଲୋକଙ୍କ ଭରଷା ଆଶା ଅଟ ତୁମେ
ରହିଛି ତୁମର ସ୍ଥିତି ।
ଗଣତନ୍ତ୍ରର ତୁମେ ଜାଗ୍ରତ ପ୍ରହରୀ
ବଦଳାଅ ନାହିଁ ନିତି
ଖବର ଉପରେ ସବୁରୀ ନଜର
ରହେ ସକାଳ ସଂଧ୍ୟାରେ ।
ଚପିଲେ ଖବର ବଢିବ ଅନ୍ୟାୟ
ବ୍ୟାପିବ ଦୁର୍ନୀତି ଦେଶରେ,
ଗଣତନ୍ତ୍ର ଏବେ ଶୋଷଣ ତନ୍ତ୍ରରେ
ପରିଣତ ହୋଇଅଛି ।
ଶୋଷଣ, କଷଣ, ବର୍ଷଣ ହେଉଛି
କିଏ ବା ଦୁଃଖ ଶୁଣୁଛି ।
କଲମଟା ଯଦି ବନ୍ଧା ପଡିବ
ଦୁର୍ନୀତିଗ୍ରସ୍ତ ନେତାଙ୍କ ପାଖରେ,
ସାମ୍ବାଦିକତା ଛାଡି ତୁମେ ସବୁ
ଖଟଯାଇ ନିଜ ବିଲରେ ।
ଟାଉଟର ଉପାଧି ପାଇବା ପାଇଁକି
କରନି ପ୍ରତିଯୋଗିତା,
ସମାଜସେବାଟା କରିବା ସହଜ
ରହୁମନେ ମାନସିକା ।

ବିବେକାନନ୍ଦ ଦାସ

ବିବେକାନନ୍ଦ ଦାସ

ବିଶିଷ୍ଟ ସାହିତ୍ୟିକ, ଓଡିଶା

Related Posts

କୃଷକ
Literature

କୃଷକ

by ଡ଼ଃ. ଗିରିଜା ଶଙ୍କର ମିଶ୍ର
June 3, 2026

ଡଃ. ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୩ ଜୁନ୍ ୨୦୨୬ ଲକ୍ଷ୍ୟ ତା ସୁନାର ଫସଲ ମାଟି ସହ ମାଟି ହୋଇ ଆଣେ ମାଟି - ଉର୍ବରତା...

Read more
ମାଆର ମୂଲ ଅମୂଲ ମୂଲ

ମାଆର ମୂଲ ଅମୂଲ ମୂଲ

May 10, 2026
କ୍ଷମତା, ମମତା

କ୍ଷମତା, ମମତା

May 9, 2026
ଫଳ କିଏ ଖାଏ

ଫଳ କିଏ ଖାଏ

May 2, 2026
ମଧୁବାବୁ

ମଧୁବାବୁ

April 29, 2026
ଉତ୍କଳ ର ଗୌରବ

ଉତ୍କଳ ର ଗୌରବ

April 28, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.