• About
  • Contact
Wednesday, July 16, 2025
Wednesday, July 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କଲମର ଧର୍ମ

କଲମର ଧର୍ମ
Share on FacebookShare on Xshare on Whatsappshare on Linkedin
ବିବେକାନନ୍ଦ ଦାସ, କଟକ, ୧୪ ଜାନୁଆରୀ ୨୦୨୩

ଖବରକୁ ନେଇ ସାଲିସ କରନା
ମାଲିସ କରନା ତେଲ,
ଗଣତନ୍ତ୍ରର ତୁମେ ଚତୁର୍ଥ ସ୍ତମ୍ଭ
ସାମ୍ବାଦିକତାକୁ ପେଷା କରନି
ନିଶାରେ ସୀମିତ ରହୁ
ସତ ଘଟଣା ତୁମ କଲମ ମୁନରେ
ନିତି ପ୍ରକାଶ ପାଉ ।
ଜନତାର ତୁମେ ଦରଦୀ ବନ୍ଧୁ
ବିପଦେ ପାଲଟ ସାଥି,
ଦୁର୍ନୀତି ଅବା ଅନିତୀକୁ ଦେଖି
ତୁମ ରକତ ଉଠୁ ତାତି
ପାଦେ ପାଦେ ତୁମ ରହିଛି ବିପଦ
ନିତି ମାଡି ଆସିଥାଏ ।
ତୁମ ସାହସ ଧୈଯ୍ୟକୁ ଦେଖି
ଶତ୍ରୁ ସଙ୍କି କରିଯାଏ ,
କଲମରେ ତୁମ ଶକତି ରହିଛି
ଅଶୀ ନିତି ଯାଏ ହାରି ।
ତୁମେମାନେ ଯଦି ଭିକାରୀ ସାଜିବ
କିଏ ଶୁଣିବ ଗୁହାରୀ,
ଲୋକଙ୍କ ଭରଷା ଆଶା ଅଟ ତୁମେ
ରହିଛି ତୁମର ସ୍ଥିତି ।
ଗଣତନ୍ତ୍ରର ତୁମେ ଜାଗ୍ରତ ପ୍ରହରୀ
ବଦଳାଅ ନାହିଁ ନିତି
ଖବର ଉପରେ ସବୁରୀ ନଜର
ରହେ ସକାଳ ସଂଧ୍ୟାରେ ।
ଚପିଲେ ଖବର ବଢିବ ଅନ୍ୟାୟ
ବ୍ୟାପିବ ଦୁର୍ନୀତି ଦେଶରେ,
ଗଣତନ୍ତ୍ର ଏବେ ଶୋଷଣ ତନ୍ତ୍ରରେ
ପରିଣତ ହୋଇଅଛି ।
ଶୋଷଣ, କଷଣ, ବର୍ଷଣ ହେଉଛି
କିଏ ବା ଦୁଃଖ ଶୁଣୁଛି ।
କଲମଟା ଯଦି ବନ୍ଧା ପଡିବ
ଦୁର୍ନୀତିଗ୍ରସ୍ତ ନେତାଙ୍କ ପାଖରେ,
ସାମ୍ବାଦିକତା ଛାଡି ତୁମେ ସବୁ
ଖଟଯାଇ ନିଜ ବିଲରେ ।
ଟାଉଟର ଉପାଧି ପାଇବା ପାଇଁକି
କରନି ପ୍ରତିଯୋଗିତା,
ସମାଜସେବାଟା କରିବା ସହଜ
ରହୁମନେ ମାନସିକା ।

ବିବେକାନନ୍ଦ ଦାସ

ବିବେକାନନ୍ଦ ଦାସ

ବିଶିଷ୍ଟ ସାହିତ୍ୟିକ, ଓଡିଶା

Related Posts

ଶାସନ ବ୍ୟବସ୍ଥା
Literature

ଶାସନ ବ୍ୟବସ୍ଥା

by ପ୍ରଭୁକଲ୍ୟାଣ ମହାପାତ୍ର
July 15, 2025

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୫ ଜୁଲାଇ ୨୦୨୫ ଆମ ଶାସନ ଏଭଳି ହୋଇଛି, ଶିଳ୍ପପତି ଧନୀ ହୋଇ ଯାଉଛି । ନେତା କୋଟିପତି ଖାଲି ହେଉଛି, ଚାଷୀ...

Read more
ପିଲାମାନେ (ଭାଗ ୩୫)

ପିଲାମାନେ (ଭାଗ ୩୫)

July 14, 2025
କବିତାର ପକ୍ଷୀ

କବିତାର ପକ୍ଷୀ

July 13, 2025
ମୁସାଫେର

ମୁସାଫେର

July 8, 2025
ସତରେ ଏମିତି ହୁଅନ୍ତା କି-୧୭

ସତରେ ଏମିତି ହୁଅନ୍ତା କି-୧୭

July 7, 2025
ଶେଷ ବସନ୍ତର ଚିଠି (ଭାଗ ୩୪)

ଶେଷ ବସନ୍ତର ଚିଠି (ଭାଗ ୩୪)

July 7, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.