ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୩୧ ଡିସେମ୍ବର ୨୦୨୩
କେମିତି କେଜାଣି ମାଟି ଦେହ ଛୁଇଁ ଛୁଇଁ
ମୁଁ ସତେ କି ଆଜି ବିଦେଶିନୀ ନଈ ହୋଇ
କୋମଳ ମଧୁର ଆବେଗରେ ସତେ
ଧୀରେ ଧୀରେ ଯାଏ ବହି ।୧।
ବିଦେଶିନୀ ଫୁଲ ଫୁଟି ହସୁଥିଲା
ବାସୁ ତ ନଥିଲା କାହିଁ
ଅବାକ୍ ହୋଇ ମୁଁ ଅନାଇ ରହିଲି
ଭାରତୀୟ ଆଖି ନେଇ ।୨।
ଭାରତ ମାଟିର ମହକରୁ ଟିକେ
ବୋଳି ହୋଇ ମୋର ମନେ
ଆସିଥିଲି ଏଇ ବିଦେଶ ଭୂଇଁକୁ
ଝୁରିହେବା ପାଇଁ ଦିନେ ।୩।
ଝୁରି ହେଲି ସିନା ନଈ ହୋଇ ଗଲି ବହି
ଅଗନା ଅଗନି ବିଦେଶରେ ଆଜି
ମୋ ମାଟି ମହକ ନେଇ ।୪।
ମାଟି ମୋ ଜୀବନ ମାଟି ମୋ ସ୍ୱର୍ଗପୂର
ବାଞ୍ଛିତ ସବୁ ସ୍ଵପ୍ନ ମୋହର ଏ ଭୂଇଁରେ ଆଜି
ରହିଛି ଖୋଦେଇ ହୋଇ ।୫।