ଆଲୋକ କୁମାର ପ୍ରଧାନ, ପୁରୀ, ୧୫ ମଇ ୨୦୨୩
କେଉଁ ଖିଆଲ ର ଖିଲିଖିଲି ହସ ଖିଲିପାନ ପରି ବାସେ
କେଉଁ ଖିଆଲ ର ଖମାର ଖଳାରେ ଆଗତକୁ ଭାଗ ଚଷେ
କେଉଁ ଖିଆଲ ର କ୍ଷତକୁ ଉଖାରି ପ୍ରେମିକଟେ ଶୁଏ ନିଦ
କେଉଁ ଖିଆଲ ର କ୍ଷେତରେ ଚଅଁରି ପ୍ରତାରଣା ହୁଏ ବେଦ
କେଉଁ ଖିଆଲ ର ବଦ୍ଧ ଭୁଇଁ ରେ ମୃତ୍ୟୁ ଲାଜରେ ମରେ
କେଉଁ ଖିଆଲ ର ଝାପ୍ସା ଅନ୍ଧାର ପୋଷେ ଆଲୁଅକୁ ଡରେ
କେଉଁ ଖିଆଲ ର ଅନ୍ଧୁରୀ ଫାଙ୍କେ ପ୍ରଣୟ ପହଁରୁ ଥାଏ
କେଉଁ ଖିଆଲ ର ବସାରେ ଦୋହଲି କା ଗୀତ ର ସୁର ହୁଏ
କେଉଁ ଖିଆଲ ର କପଟ ପଶାରେ ହୃଦୟ ବାଜିରେ ଲାଗେ
କେଉଁ ଖିଆଲ ର କେଳି କୁଞ୍ଜରେ ମରମ ଯନ୍ତ୍ରଣା ଭୋଗେ
କେଉଁ ଖିଆଲ ର କଜ୍ଜଳ ଗାର ଅଭିଆଡି ହୋଇ ମରେ
କେଉଁ ଖିଆଲ ର ନିଶି ନଅରରେ ଜହ୍ନ ବି ସଉଦା କରେ
ଯେଉଁ ଖିଆଲ ର ଜହ୍ନରାତିରେ ଜହ୍ନକୁ ହସିବା ମନା
ସେଇଠି ଖିଆଲ ଅଲୋଡ଼ା ଅଖୋଜା ଭିନ୍ନ ଏକ ଶିରୋନାମା।