ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୩୦ ଜୁଲାଇ ୨୦୨୩
ଖିଆଲୀ ମନର କଳ୍ପନା ତୁମେ
ଝରା ଶେଫାଳିର ଗୀତି
ସାତ ସାଗରର ଅତଳ ଜଳରେ
ଖୋଜେ ମୁଁ ତୁମରି ପ୍ରୀତି।
ଝାଉଁବନ ତଳ ଉତ୍ତାଳ ଢ଼େଉ
ମେଘ ମହ୍ଲାର ତୋଳେ
ଶ୍ରାବଣ ମେଘର ନୀଳ ଅଂଚଳ
ମୋ ମନେ ସପନ ଆଣେ
ନୀରବ ମନର ମୂର୍ଚ୍ଛନା ତୁମେ
ପ୍ରଥମ ପ୍ରଣୟ ସ୍ମୃତି।
ହଜିଲା ଅତୀତ ମନ ଅଗଣାରେ
ମେଘ ଯେବେ ଯାଏ ଝରି
ଜୀବନର ସେଇ ମଧୁ ଛନ୍ଦରେ
ମୁଁ କେବଳ ହୁଏ ଝୁରି ।
ସ୍ଵପ୍ନ ବିଭୋର କବି ଲେଖନୀରେ
ଖୋଜୁଛି ତୁମରି ସ୍ମୃତି ।
ଖିଆଲୀ ମନର କଳ୍ପନା ତମେ
କବି ଲେଖନୀର ଗୀତି
ସାତ ସପନର ଅତଳ ତଳେ ମୁଁ
ଖୋଜୁଛି ତୁମରି ପ୍ରୀତି।