• About
  • Contact
Sunday, August 30, 2026
Sunday, August 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କ୍ଷମତା

କ୍ଷମତା
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୦ ଫେବୃଆରୀ ୨୦୨୪

କ୍ଷମତା ତ ମାନେ ନାହିଁ
ନଦୀ ବାଡ଼ ବନ୍ଧ,
ସେ ନିଶାରେ ମତୁଆଲା
(ମଣିଷ) ହୋଇଯାଏ ଅନ୍ଧ ।। ୧ ।।

କ୍ଷମତା ଖାଲରେ ଯିଏ
ଥରେ ଯାଏ ପଡ଼ି,
କଷ୍ଟ ତହୁଁ ମୁକୁଳିବା
ହୋଇ ଝାଡ଼ିଝୁଡ଼ି ।। ୨ ।।

ମଦ ପାଣି ନିଶା ଠାରୁ
(ଏହା) ଅତି ଭୟଙ୍କର,
ଅଫିମ, ଗଞ୍ଜେଇ ଠୁଁ ପୁଣି
ଅଧିକ ପ୍ରଖର ।। ୩ ।।

ଅତୀତରେ ସେବା ଥିଲା
ତ୍ୟାଗର ନିର୍ଝର,
ଏବେକାର ରାଜନୀତି
ଭୋଗର ସାଗର ।। ୪ ।।

ଜନସେବା ପାଇଁ କ୍ଷମତା
(ଏବେ) ନିହାତି ଦର୍କାର,
ତାହା ନମିଳିଲେ ଜୀବନ
ହୁଅଇ ଅସାର ।। ୫ ।।

ଗାନ୍ଧୀ ମହାତ୍ମା, ବିନୋବା
(କେବେ) ପଦରେ ନଥିଲେ,
ତଥାପି ଜନସେବାରେ
(ନିଜ) ଛାପ ଛାଡ଼ିଗଲେ ।। ୬ ।।

କ୍ଷମତାରେ ମସଗୁଲ
ଏବର ରାଜନେତା,
ନିଜକୁ ସେମାନେ ବୋଲାନ୍ତି
ପରା ଜଗତ ଜିତା ।। ୭ ।।

ଆଜି ଜନସେବା ପାଇଁ
(ଜରୁରୀ) ପଦ ଓ କ୍ଷମତା,
ତାହା ବିନା ଲୋପ ପାଏ
ଆମର ଦକ୍ଷତା ।। ୮ ।।

କ୍ଷମତା ଟିକିଏ ଖସିଲେ
(ମଣିଷ) ହୁଏ ହରବର,
ଯେମିତିକା ଜଳ ବିନା
ମୀନ ଫରଫର ।। ୯।।

ଏ ନିଶାର ଟାଣପଣ
ଏତେଯେ ଅଧିକ,
ଶେଯେ ପଡ଼ିଥିବା ନେତା,
(ସାଜେ) ଅକ୍ଲାନ୍ତ ପଥିକ ।। ୧୦।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ବର୍ଷା ଭିଜା ରାତି
Literature

ବର୍ଷା ଭିଜା ରାତି

by ପ୍ରଭୁକଲ୍ୟାଣ ମହାପାତ୍ର
August 29, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୯ ଅଗଷ୍ଟ, ୨୦୨୬ ବର୍ଷା ଭିଜା ଅନ୍ଧାର ରାତିରେ ମନେ ମୋର ରୋମାଞ୍ଚ ଜାଗେରେ ତୁମେ ସଖୀ ନଥିଲେ ପାଖରେ ଚିତ୍ତ ଭରେ...

Read more
ସ୍ମୃତିରେ ପ୍ରଣବ କିଶୋର

ସ୍ମୃତିରେ ପ୍ରଣବ କିଶୋର

August 25, 2026
ଭାରତର ସନ୍ତାନ

ଭାରତର ସନ୍ତାନ

August 15, 2026
You, Me and Tea

You, Me and Tea

August 1, 2026
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.