ଆଲୋକ କୁମାର ପ୍ରଧାନ, ପୁରୀ, ୧୫ ଅପ୍ରେଲ ୨୦୨୪
କିଛି କଥା ବାକି ରଖି କିଛି କଥା କହିଲା ବେଳକୁ।
କିଛି କଥା ଓଗାଳିଲେ କିଛି ଥିଲେ ବାଟେଇ ଦେବାକୁ।।
କିଛି କହୁଥିଲେ କିଛି ଗଲେ କିଛି ମୁହଁ ମୋଡ଼ି ଦେଇ ।
କିଛି ତ ଛାଡ଼ିଲେ ହାତ ଆଉ କିଛି ଗଲେ ଧରି ନେଇ।।
କିଛି କଥା ଚାଲୁଥିଲେ କଞ୍ଚାସ୍ବପ୍ନ କଞ୍ଚାମନ ସହ।
କିଛି ତ ଦେହରେ ଥିଲା କିଛି ଥିଲା ବିଦେହର ମୋହ।।
କିଛି ଥିଲା ବାଟ ପାଇଁ ବଟୁଆ ଟେ ପାପ ଓ ପୂଣ୍ୟର।
କିଛି ଭୋଗ ହେଉଥିଲା କର୍ମ ପରି କଳା କଳୁଷର ।।
କିଛି ଥିଲା ଦୁଃଖ ପରି ସୁଖ ସହ ନିଇତି ଅପଡ।
କିଛି ଶାନ୍ତ ଥିଲା କିଛି ଅଶାନ୍ତିର ଆଗୁଆଣି ଝଡ଼।।
କିଛି ମୋହ ମନପରି ଲାଗୁଥିଲେ ନିହାତି ଚଞ୍ଚଳ।
କିଛି ଥିଲେ ଖୁସି ପରି ପଦ୍ମପତ୍ରେ ପୁରା ଢଳଢଳ।।
କିଛି କଥା ଥିଲେ ଥାଉ ଚାଲୁଥାଉ କିଛିର ମୋହରେ।
ଟାଣୁଥାଉ ହାତଧରି ଜିଇଁବାର ଅଦେଖା ବାଟରେ।।