ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨୩ ମାର୍ଚ୍ଚ ୨୦୨୫
ଶୁଣ ଶୁଣ ବନ୍ଧୁ ଶୁଣ ଶୁଣ
ବଖାଣିଲେ ରୋମ ଟାଙ୍କୁରି ଯାଉଛି
ଦେଶ ପାଇଁ ଯିଏ ଦେଲେ ପ୍ରାଣ ।।
ଶୁଖ ଦେବ ଆଉ ରାଜଗୁରୁ
ବୀର ଭଗତ ଏ ଭାରତ ମାଟିର
ନିର୍ବିକ ସାହସୀ ନୁହେଁ ଭୀରୁ।।
ଫିରିଙ୍ଗି ଭୟରେ କମ୍ପିଗଲା
ଦୁଲୁକି ଉଠିଲା ବ୍ରିଟିଶ ସାମ୍ରାଜ୍ୟ
ଚାରିଆଡେ ଖାଲି ମୃତ୍ୟୁ ଲୀଳା ।।
ବେଇମାନୀଙ୍କର ଚକ୍ରାନ୍ତ ରେ
ବନ୍ଦିହେଲେ ଶେସେ କ୍ରାନ୍ତିକାରୀମାନେ
ଲାହୋର ସେଣ୍ଟ୍ରାଲ ଜେଲରେ ।।
ରୁମ୍ ନମ୍ବର ଚଉଦ ରେ
ସିଂହ ଶିଶୁ ପରି ଟହଲ ମାରନ୍ତି
ଟିକେ ଭୟ ନାହିଁ ତା’ ମନ ରେ ।।
ମୃତ୍ୟୁ ଦଣ୍ଡ ଶେସେ ସ୍ଥିର ହେଲା
ଇନକ୍ଲାବ ର ନାରା ଦେଇ ସିଏ
ଫାଶୀ କୁ ଗଲାର ମାଳା କଲା।।
ଦେଶ ମାତୃକାର ବୁକୁ ଚିରି
ଇତିହାସ ତାଙ୍କୁ ସାଇତି ରଖିଛି
ମା’, ମାଟି କାନ୍ଦେ ଝରିଝୁରି।।