ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୧୭ ଡିସେମ୍ବର ୨୦୨୩
ସମୟର ଚକ
ଅବିରାମ ଘୂରେ
ପୃଥିବୀ ଘୂର୍ଣ୍ଣନ ପରି,
କୁମ୍ଭକାର ସ୍ମରେ
ଘୂର୍ଣ୍ଣନ ପୂର୍ବରୁ
ରୁଦ୍ରପାଳ ପାଦେନମୀ ।
କୁମ୍ଭକାରଙ୍କର
ସେ କୂଳଦେବତା
ରତ୍ନେଶ୍ବରୀ କୂଳଦେବୀ,
ଗଢିବା ପୋଡିବା
ପାଞ୍ଚଦିନ ବନ୍ଦ
ତିଥି କୁରାଳ ପଞ୍ଚମୀ ।
ଘର ଚାରି କାନ୍ଥେ
ପଦ୍ମ, ଗଛ ଝୋଟି
ମୟୂର ହାତୀ ଆଙ୍କନ୍ତି,
ଜୀବନ ସରଳ
ସରସ ସୁନ୍ଦର
ସମୟ ଚକ୍ରେ ଦିଶନ୍ତି ।
ସମୟର ଚକ
ଆଗକୁ ଗଡଇ
ବିଶ୍ରାମ ତା ଲୋଡା ନାହିଁ,
ବିଶ୍ରାମ ନନେଲେ
ଆଗକୁ ବଢିବା
ପ୍ରଣୀଙ୍କୁ କଷ୍ଟ ପଡଇ ।
ଚକ ନଘୂରଇ
ଆଗକୁ ପଛକୁ
କୁମ୍ଭାର ଶକତି ବିନା,
ଶକତି ନମିଳେ
ଚକ ନଘୂରିଲେ
କୁମ୍ଭକାର ପେଟ ଉଣା ।
ଏତିକି କରୁଣା
କର ରୁଦ୍ରପାଳ
ମାତା ରତ୍ନେଶ୍ବରୀ ଦେବୀ,
ଏ ଜୀବନ ଚକ୍ର
ତୁମେ ନିୟନ୍ତ୍ରକ
ହାଣ୍ଡି ଗଢୁ ପାଦସେବୀ ।