ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୩ ଅକ୍ଟୋବର ୨୦୨୩
ଅଶାନ୍ତ ବିଶ୍ବରେ
ଶାନ୍ତିର କପୋତ
ଲାଲ୍ ବାହାଦୂର ଶାସ୍ତ୍ରୀ,
ବାହାଦୂରୀ ତୁମ
ଶତ୍ରୁ ସହ ସନ୍ଧି
ଜନ୍ମାଇଲ ଶାନ୍ତି ମୈତ୍ରୀ ।
ଜାତିର ଜନକ
କଥାକୁ ମାନିଲ
ଅମୋଘ ଓଷଦ ଭଳି,
ଆନିବେସାନ୍ତ ଓ
ବିବେକାନନ୍ଦଙ୍କ
ବାଣୀ ତୁମ ଗଳାମାଳି ।
ସତ୍ଯ ଦୟା ଶାନ୍ତି
କ୍ଷମାର ସାଗର
ନ୍ଯାୟ ଧର୍ମର ପାଳକ,
ଦର୍ଶନ ଶାସ୍ତ୍ର ଓ
ନୀତି ଶିକ୍ଷା ଥିଲା
ତୁମରି ହୃଦ ପଦକ ।
ଏଡେ ସ୍ବାଭିମାନୀ
ନିର୍ଭୟ ସାହାସୀ
ଗଙ୍ଗା ପାରିଲ ପହଁରି ,
ପଇସା ଅଭାବେ
ହାତ ନପାତିଲ
ମୁଣ୍ଡ ନଇଁନି ତୁମରି ।
ତୁମ ନାରା ଥିଲା
ଜୟ କିଷାନ ହୋ
ଜୟ ଜବାନ ହୋ ଜୟେ,
ତାସ୍ କେଣ୍ଟ ଠାରେ
ଚୁକ୍ତି କରୁ କରୁ
ତୁମ କଣ୍ଟ ପୂରିଯାଏ ।
ତୁମ ନଥିଲେ ବି
ତୁମ ସ୍ବାଭିମାନ
ରହିଛି ଆଜି ଅମ୍ଳାନ,
ଶାନ୍ତିର କପୋତ
ଭାରତ ରତ୍ନରେ
ଝଟକୁଛି ଚିରଦିନ ।