ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୨୪ ଅକ୍ଟୋବର ୨୦୨୩
ମା’
ଆ ତୁ ଆ
ଅବତରି ଆ
ଏ ଧରାକୁ ।
ତୁ ସଂହାର କରିନେ
କଳୁଷ ପାପର ଧାରାକୁ
ଏ ଧରାରୁ ଚିରଦିନ ପାଇଁ ।
ତୁ ଭରିଦେ
ଶାନ୍ତି କଳସରେ
ଅମୃତ ଆନନ୍ଦ,
ପାପୀ ତପି ଜପି
ସକଳ ଅନ୍ତରେ ।
ସବୁ ଦିନ ପାଇଁ
ତୋ ଆବାହନ
ତୋ ବିସର୍ଜନ
ଏମିତି ଚାଲିଥାଉ
ଚେତନାର ଜାଗରଣ
ମହାମନ୍ତ୍ର ମହାଧ୍ବନି
ସୃଷ୍ଟି ସ୍ଥିତି ପ୍ରଳୟର
ମହାଶାନ୍ତି ମହାଶକ୍ତି ହୋଇ ।
ଆ ତୁ ଆ
ଅବତରି ଆ
ଦୁର୍ଗା ମା’ ।