ଗଦାଧର ସାହୁ, ବ୍ରହ୍ମଗିରି, ପୁରୀ, ୧୦ ନଭେମ୍ବର ୨୦୨୩
କାଲି ଖାଉଥିଲୁ
ମାଣ୍ଡିଆର ଜାଉ
ଆଜି ବେଶି କଥା କହୁ,
କିଏ ବୁଝାଇବ
କିଛି ତୁ ନବୁଝି
ଭଡ ଭଡ଼ କଥା କହୁ ।
କାଲି କଥା ଆଜି
ପୁରୁଣା ହୋଇଲା
ଆମ ଆଖି ଖୋଲିଗଲା,
ଖୁଦ୍ର ଶସ୍ଯେ ଏତେ
ପୁଷ୍ଟିତତ୍ତ୍ବ ଅଛି
ବିଶ୍ବେ ଚହଳ ପଡିଲା ।
କାଲି ଯୋଉ ଲୋକ
ଥଟା କରୁଥିଲା
ଆଜି ସେ ବୁଝିଗଲାଣି,
ମାଣ୍ଡିଆ ଜାଉକୁ
ପେଟେ ଖାଇବାକୁ
ମାଣ୍ଡିଆ ଚାଷ କଲେଣି ।
ଖୁଦ୍ର ଶସ୍ଯ ପାଇଁ
ବିଶ୍ବରେ ଚହଳ
ଖାଦ୍ୟର ସୁରକ୍ଷା ହେବ,
ମାଣ୍ଡିଆ ଜାଉର
ଭିନ୍ନ ରୂପ ଭାବେ
ବିସ୍କୁଟ୍ କେକ୍ ହେବ ।
ସଭିଏଁ ଆନନ୍ଦ
ବିଶ୍ବବାସୀବୃନ୍ଦ
ମାଣ୍ଡିଆ ଖାଇ ଖୋଇବେ,
ନିରୋଗ ରହିବେ
ନିରାମୟ ହେବେ
ସୁସ୍ଥେ ଜୀବନ ଜିଇବେ ।