• About
  • Contact
Wednesday, December 17, 2025
Wednesday, December 17, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମହାଦେବ ସ୍ତୁତି

ମହାଦେବ ସ୍ତୁତି
Share on FacebookShare on Xshare on Whatsappshare on Linkedin
ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୩୦ ଜୁଲାଇ ୨୦୨୪

ଶଶାଙ୍କ ଶେଖର ପ୍ରଭୁ ମହେଶ୍ୱର
ଦେବ ଦେବ ମହାଦେବ ହର ।
ଭକ୍ତ ଉଦ୍ଧାରଣ ଶ୍ରୀପଦେ ଶରଣ
ଦୁଃଖୀ ଜନ ଦୁଃଖ ଦୂରକର ।।

ପାପିଙ୍କି ମାରିଛ ତପିଙ୍କି ତାରିଛ
ଜାଗ ଶ୍ରେଷ୍ଠ ତୁମେ ଯଜ୍ଞେଶ୍ଵର ।
ଦକ୍ଷ ପ୍ରଜାପତି ଚିହ୍ନି ନ ପାରିଲା
ଯଜ୍ଞ ସହ ଛେଦି ଦେଲ ଶିର ।।

ଭକ୍ତ ଜନେ କଷ୍ଟ ଦେବାରୁ ସେ ଦୁଷ୍ଟ
ବଜରଙ୍ଗବାଲି ନାମ ବହି ।
ସଙ୍କଟ ମୋଚନ ଭକ୍ତ ପ୍ରାଣବନ୍ଧୁ
ଯୁଗେ ଯୁଗେ ଯଶ ଅଛି ରହି ।।

ଗର୍ବିତ ରାବଣ ମନେ ରଖି ଟାଣ
କୈଳାସ ପର୍ବତେ ଚଳିଗଲା ।
ଉତ୍ପାଟନ କରି ସମୁଦ୍ର ଗର୍ଭରେ
ଫିଙ୍ଗିଦେବ ମନେ ଭାବିଥିଲା ।।

ଏତେ ଦମ୍ଭ ତୋର ବିଶ୍ରବା କୁମାର
ଆଶୁତୋଷ ପ୍ରଭୁ ଗଲେ ରାଗି ।
ପାଦ ଆଙ୍ଗୁଳିରେ ଚାପିଦେଲେ ହେଳେ
ଗର୍ବ ଅହଙ୍କାର ଗଲା ଭାଙ୍ଗି ।।

ରକ୍ଷା କର ରକ୍ଷା କର ଯୋଗେଶ୍ୱର
ବହୁ ସ୍ତୁତି କଲା ଦଶଶୀର ।
ଦୟାର ସାଗର ଦ୍ରବିଗଲା ହୃଦ
ମାନ ରକ୍ଷା କଲେ ବ୍ରହ୍ମାଙ୍କର ।।

ଦେବାସୁର ମିଶି ସାଗର ମନ୍ଥିଲେ
ବିଷ ଉଦ୍ ଗାରିଲା ସେ ବସୁକି ।
ବିଶ୍ଵ ବ୍ରହ୍ମାଣ୍ଡରେ ବିଷ ଗଲା ବ୍ୟାପି
ଧ୍ଵଂସ ହେବ କି ଏ ତ୍ରୟଲୋକି ।।

ଦେବାଧିଦେବଙ୍କୁ ଜଣାଇଲେ ସର୍ବେ
ମହିରକ୍ଷା କର ମହେଶ୍ୱର ।
ବିଷକୁ ରଖିଲେ କଣ୍ଠାଗ୍ରିବେ, ତେଣୁ
ନାମ ହେଲା ନୀଳକଣ୍ଠେଶ୍ଵର।।

ସର୍ବସ୍ବ ତ୍ୟାଗିଛ ଯୋଗୀ ବୋଲାଉଛ
ବ୍ୟାଘ୍ର ଛାଲ ଖଣ୍ଡେ ଅଛ ପିନ୍ଧି ।
ଶିରେ ସୋଭାପାଏ ଜଟା ଜୁଟ ପ୍ରଭୁ
ଜଟାରେ ଚନ୍ଦ୍ରଙ୍କୁ ଅଛ ବାନ୍ଧି ।।

ଗଙ୍ଗାଙ୍କର ଗର୍ବ ଖଣ୍ଡିତ କରିଛ
ତିନି ଧାର ହୋଇ ଗଲା ବହି ।
ସୁଜଳା ସୁଫଳା ଶସ୍ୟ ଶ୍ୟାମଳା
ମର୍ତ୍ତ୍ୟ ଲୋକ ଆଜି ଅଛି ହୋଇ ।।

ଅଳଙ୍କାର ପରି ସର୍ପ ଟିକୁ ପ୍ରଭୁ
ଗଳାରେ ଗୁଡ଼ାଇ ଜତନରେ ।
ସର୍ପ ବଂଶଟିକୁ ରକ୍ଷା କଲ ସିନା
ଭୋଳା ବାବାଙ୍କୁ ଗରୁଡ଼ ଡରେ ।।

କଳା ବଳଦକୁ ଧଳା କରିଦେଲ
ଧବଳେଶ୍ଵରର ନାମ ବହି ।
ପୂଜା ପାଉ ଅଛ ମହାନଦୀ ଗର୍ଭେ
ଲକ୍ଷ ଲକ୍ଷ ଭକ୍ତ ଯାନ୍ତି ତହିଁ ।।

ମାସ ମଧ୍ୟେ ଶ୍ରେଷ୍ଠ ଶ୍ରାବଣ ମାସଟି
କାଉଢିଆ ଭକ୍ତଙ୍କର ମେଳି ।
ପାଣି ଭାର କରି ଚାଲିଛନ୍ତି ସର୍ବେ
କେତେ ହେଉଛନ୍ତି ନିଉଛାଳି ।।

ଗଗନ ପବନ ପ୍ରକମ୍ପିତ ହୁଏ
ନାମ ମନ୍ତ୍ର ତବ ଜପ କରି ।
ଭୋଳା ବାବା ଆମ ପାର କରି ଦେବେ
ବିଶ୍ୱାସ ମନରେ ଦୃଢ଼ କରି ।।

ଜଗତ ଈଶ୍ୱର ଦେଉ ଅଛ ବର
ଭକତର ମନ ଜାଣି କରି ।
କିଞ୍ଚିତେ କରୁଣା ଅଜାଡ଼ି ଦିଅ ହେ
ଅକିଞ୍ଚନ ଦାସ ଯାଉ ତରୀ ।।

ବିଜୟ କୁମାର ପାଣି

ବିଜୟ କୁମାର ପାଣି

ସମାଜସେବୀ ଏବଂ କବି

Related Posts

‌ତାରକ ଦା’ (ଭାଗ ୫୪)
Literature

‌ତାରକ ଦା’ (ଭାଗ ୫୪)

by Manas Ranjan Mahapatra
December 16, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୬ ଡିସେମ୍ବର ୨୦୨୫ ଆଜିକାଲି ମୋର ତାରକ ଦା’ କଥା ଭାରି ମନେପଡ଼େ। ତାରକ ମୁଖାର୍ଜୀ କେବେ ନୂଆଖାଲି ଦଙ୍ଗାରେ ବାପାମାଆଙ୍କୁ...

Read more
କିଛି କଥା – ୫

କିଛି କଥା – ୫

December 16, 2025
କିଛି କଥା -୪

କିଛି କଥା -୪

December 9, 2025
ଦିଲ୍ଲୀ ବହୁଦୂର (ଭାଗ ୫୩)

ଦିଲ୍ଲୀ ବହୁଦୂର (ଭାଗ ୫୩)

December 8, 2025
ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

December 3, 2025
କିଛି କଥା – ୩

କିଛି କଥା – ୩

December 2, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.