ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୮ ମାର୍ଚ୍ଚ ୨୦୨୫
ତୁମ କଥା ମନେ ପଡ଼ି ନିଦ ଯାଏ ଭାଜି
ରୋମାଞ୍ଚେ ଶିହରି ଉଠେ ମନ ମୋର ଆଜି ।।୧।।
ପ୍ରଥମ ଦେଖାରେ ମୋ ମନକୁ ଦେଲ ମାଜି
ତୁମରି ଶୋଭାରାଜିରେ ରହିଗଲି ମଜ୍ଜି ।।୨।।
ତୁମେ ଆସିଲ ଜୀବନେ ପ୍ରାଣପ୍ରିୟା ସାଜି
ପ୍ରଣୟଗୀତି ଶୁଣାଇ ମନ ଦେଲ ତେଜି ।।୩।।
ତୁମରି ପ୍ରେମ ବର୍ଷାରେ ଯେବେ ଗଲି ଭିଜି
ଜୀବନ ସାଥୀ ହେବାକୁ କରିଦେଲ ରାଜି ।।୪।।
ପତ୍ନୀ ସାଜିବା ପରେ ମୋ ପ୍ରିୟା ଗଲା ହଜି
ତୁମଠି ପ୍ରିୟାକୁ ଆଉ ପାଉ ନାହିଁ ଖୋଜି ।।୫।।
ରୁଣଝୁଣ ଗୁଞ୍ଜରିତ ପତ୍ନୀଙ୍କ ପାଉଁଜି
ଉଦାସ ଆଖିକୁ ମୋର ଆପେ ଦିଏ ବୁଜି ।।୬।।
ପୁରୁଣା ଦିନର କଥା ଏ ମନରେ ହେଜି
ଅବଶ ଦେହଟି ମୋର ପଡ଼ୁଛି ଆଉଜି ।।୭।।