ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୪ ଅଗଷ୍ଟ ୨୦୨୪
ଭାରି ମନେପଡ଼େ ସ୍ବପ୍ନ ସଜଳ
ଗଙ୍ଗ ଶିଉଳି ଦିନ
ଭାରି ମନେପଡ଼େ ଭିଜା କାକରର
ଦୁର୍ଗା ପୂଜାର ଗାନ ।
ମୁ କେମିତି ସତେ ଭୁଲିଯାଇଥିଲି
ନୀଳ କଇଁ ଗାଁ ଘର
ମୁ କେମିତି ସତେ ଭୁଲିଯାଇଥିଲି
ହଂସ ଧ୍ୱନୀ ର ସ୍ୱର
ସେଦିନ କେମିତି ସତେ
ସ୍ବପ୍ନ ମୁଖର ଘର
ଭାରି ମନେପଡ଼େ ଭିଜା କାକରର
ଦୁର୍ଗା ପୂଜାର ଗାନ ।