• About
  • Contact
Sunday, September 20, 2026
Sunday, September 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମଙ୍ଗଳା ପ୍ରସାଦ ମହାନ୍ତି (ଭାଗ ୪୪)

ମଙ୍ଗଳା ପ୍ରସାଦ ମହାନ୍ତି (ଭାଗ ୪୪)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୬ ସେପ୍ଟେମ୍ବର ୨୦୨୫

ଅନେକ କଥା ଲେଖିଲିଣି। ତେବେ, ଅନେକ କଥା ଲେଖିବା ଏବେ ବି ବାକିଅଛି।

ମଂଗଳା ବିଷୟରେ ଲେଖିବାକୁ କେତେଥର ଇଚ୍ଛା ହେଉଛି। ବାଟଗାଁ ର ମଙ୍ଗଳା ପ୍ରସାଦ ମହାନ୍ତି, ପରଲୋକଗତ ମଙ୍ଗଳା ପ୍ରସାଦ ମହାନ୍ତି ଏକଦା ମୋର ସାନଭାଇ ଦେବୁଠାରୁ ବି ପ୍ରିୟ ଥିଲା।ପଡ଼ିଶା ଘରର ତା ପିଉସୀକୁ ପ୍ରେମକରି ଗର୍ଭବତୀ କରିଦେଇଥିଲା ବୋଲି ପ୍ରଚାର ହେଲା। ୟା ବି କୁହାଗଲା ଯେ ଗର୍ଭ ନଷ୍ଟ କରୁକରୁ ସେ ଝିଅଟି ମରିଗଲା। ହେଲେ, ସେ ମରିଥିଲା ଧନୁଷ୍ଟଙ୍କାରରେ ବୋଲି ପରେ ଜଣାପଡ଼ିଲା। ତା ଭାଇମାନେ ମଙ୍ଗଳାକୁ ମାରିଦେବା ପାଇଁ ବସିଲେ।

ଡରରେ ମଂଗଳା ଆସି ଆମ ଘରେ ପହଁଚିଲା। ଆମ ଅବସ୍ଥା ସେତେବେଳକୁ ଭାରି ଖରାପ। ନନା କିଂତୁ ତା’କୁ ଆଶ୍ରୟ ଦେବାପାଇଁ ମୋ ଇଚ୍ଛାକୁ ବିରୋଧ କଲେନି। ସେ ଆମ ଘରର ଜଣେ ହୋଇଗଲା। ବିପ୍ର ଆଚାର୍ଯ୍ୟ ସେତେବେଳେ ପୁରୀର ଆଡ଼ିସିନାଲ୍‌ ଏସ୍‌.ପି.। ହରିହର ବାହିନୀପତି ବଡ଼ ଓକିଲ। ତାଙ୍କ ପାଖେ ମଂଗଳାକୁ ନେଇ ପହଂଚିଲି। ସେ ତାକୁ ଅଭୟ ଦେଲେ। ମଂଗଳା କେମିତି ମୋ ନିକଟକୁ ଆସିଲା, ତାହା ଏକ କାହାଣୀ। ପ୍ରାୟ ଅର୍ଦ୍ଧ ଶତାଦ୍ଦୀର ମୋର ଜୀବନର ମଂଗଳା ପ୍ରସାଦ ମହାନ୍ତି ଏକ ଅଂଶ ତାକୁ ବାଦ୍‌ ଦେଇ ଆତ୍ମଜୀବନୀ ଲେଖିହେବ ନାହିଁ। ହେଲେ, ଏ କାହାଣୀ ଶୁଣିବାକୁ ମଙ୍ଗଳା ଆଉ ନାହିଁ।

୧୯୭୯ ମସିହା। କଲେଜ ଖୋଲିବାର କିଛି ଦିନ ପରେ ହେଲା ଓଡ଼ିଆ ସାହିତ୍ୟ ପରିଷଦର ନିର୍ବାଚନ। ମୁଁ ଓଡ଼ିଆ ଅନର୍ସ ନେଇଥାଏ ଓ ଓଡ଼ିଆ ସାହିତ୍ୟ ପରିଷଦର ସଂପାଦକ ଥାଏ। ଫାଷ୍ଟ ଇୟରର ଜଣେ ତରୁଣ ପହଂଚିଲେ। ଫାଷ୍ଟ ଇୟରର ପ୍ରତିନିଧି ହେବାକୁ ମନୋନୟନ ପତ୍ର ହେଲା। କେହି ପ୍ରତିଦ୍ବନ୍ଦୀ ନଥିଲେ। ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲା। ସେ ହିଁ ଥଲା ମଂଗଳା ପ୍ରସାଦ ମହାନ୍ତି। ଧୀରେ ଧୀରେ ମଂଗଳା ମୋର ନିକଟତର ହୋଇଗଲା। ମୋ ସାନ ଭାଇଭଉଣୀ ତାଙ୍କୁ ଘରର ଜଣେ ବୋଲି ମାନିନେଲେ।

ମୋର କଲେଜ ଜୀବନରେ ଏମିତି ଅନେକ ମୋ ସହ ଅନ୍ତରଙ୍ଗ ହୋଇ ଆମ ଘରେ ରହୁଥିଲେ। ଆମ ଦାରିଦ୍ର୍ୟ  ଭିତରେ ଆମେ ତାଙ୍କୁ ଆପଣେଇ ନେଉଥିଲୁ। ମଂଗଳା ଆମ ବିସ୍ତୃତ ପରିବାରର ସଦସ୍ୟ ହୋଇଗଲା। ତୁମେ ରୁ ତୁ କୁ ଆସିଗଲା ଓ ଘରର ସୁଖଦୁଃଖରେ ଅଂଶୀଦାର ହୋଇଗଲା।

ମଂଗଳାର ବୋଉ ଥିଲେ ଅତ୍ୟନ୍ତ ସ୍ନେହୀ ଓ ପ୍ରେରଣାଦାୟିନୀ। ସେ ଆମର ପୂରା ଯତ୍ନ ନେଉଥିଲେ। ବହୁ ସମୟରେ ଆମେ ଦୁହେଁ ମଂଗଳା ଘରକୁ ଚାଲିଯାଉଥିଲୁ। ତା’ର ପାଞ୍ଚଜଣ  ଭାଇଭଉଣୀ ଥଲେ ତାକୁ ମିଶାଇ। ତା ବାପା ଥିଲେ ଫାର୍ମାସିଷ୍ଟ।

ସେତେବେଳକୁ ପୁରୀରେ ମାତ୍ର ଗୋଟିଏ ସକ୍ରିୟ ସାହିତ୍ୟ ଅନୁଷ୍ଠାନ ଥିଲା ଶନିବାର ସାହିତ୍ୟ ସଂଧ୍ୟା, ଯାହାର ମୁଁ ଥିଲି ସକ୍ରିୟ ସଂଯୋଜଜ। ମଂଗଳା ଯୋଗଦେବା ପରେ ଅନୁଷ୍ଠାନର ସକ୍ରିୟତା ବଢ଼ିଗଲା। ଆମେ ସାଇକେଲ୍‌ରେ ପୁରୀର ଘର ଘର ବୁଲିଲୁ ମୋ ଫ୍ରି ସିପ୍‌ ପଇସାରେ ମୁଁ ଅନୃଷ୍ଠାନର ଏକ ସ୍ଥାୟୀ ନିମନ୍ତ୍ରଣ ପତ୍ର ଛାପି ଦେଇଥାଏ। ଦିନ ଓ ସ୍ଥାନ ସେଥିରେ ଭରିବାକୁ ପଡ଼େ। ଆମେ ପ୍ରତି ସପ୍ତାହରେ ଆଗରୁ ଆମର ପ୍ରଥମ ପାଂଚଜଣ  ପ୍ରତିଷ୍ଠାତା ସଭ୍ୟଙ୍କ ଘର ବା ସେ ଠିକ୍‌ କରିଥିବା ସ୍ଥାନରେ ପାଳିକରି ବସୁଥିଲୁ। ମଂଗଳା ଆସିବା ପରେ ପୁରୀର ବିଭିନ୍ନ କଲେଜରେ ବସିଲୁ। ପୁରୀରେ ସେତେବେଳେ ଚାରୋଟି କଲେକ, ପୁରୀ କଲେଜ ବା ଏସ୍‌.ସି.ଏସ୍‌. କଲେଜ, ମହିଳା କଲେଜ, ସଦାଶିବ ସଂସ୍କୃତ କଲେଜ ଓ ଗୋପବଂଧୁ ଆୟୁର୍ବେଦିକ କଲେଜ। ତେବେ, ମହିଳା କଲେଜରୁ ଆମର କେହି ସକ୍ରିୟ ସଭ୍ୟା ନଥିଲେ ଯେ କି କଲେଜରେ ସାହିତ୍ୟ ସଭାଟିଏ କରିପାରିବେ।

ହଠାତ୍‌ ଦିନେ ସକାଳୁ ମଂଗଳା ମୁହଁ ଶୁଖେଇ ମୋ ପାଖେ ପହଂଚିଲା। “ରେଣୁ ମରିଗଲା।” ସେ ବଡ଼ ବିବ୍ରତ ଭାବେ କହିଲା। ତା’ ପରେ ସେ କଇଁ କଇଁ ହୋଇ କାନ୍ଦି ଚାଲିଲା – ମୁଁ ତା’କୁ କେମିତି ବୁଝେଇବି, ବୁଝିପାରିଲି ନାହିଁ।

ମଂଗଳା ଗାଆଁର ମୁଖ୍ୟ ପରିବାର ହେଉଛନ୍ତି ମହାନ୍ତି ପରିବାର। ବାଟଗାଁ ମୁଖ୍ୟତଃ ଚଷା ବା ଖଣ୍ଡାଏତ ଗାଁ, କିନ୍ତୁ କରଣ ବା ମହାନ୍ତିମାନେ ସେତେବେଳେ ଏ ଗାଁର ମୁଖିଆ ଥିଲେ। ପଡ଼ିଶାଘର ଝିଅ ରେଣୁ ଥିଲା ସଂପର୍କରେ ମଂଗଳାର ପିଉସୀ। ବୟସରେ କିନ୍ତୁ ସେ ଥିଲା ସାନ। ମଂଗଳା ତା ଗାଁ ସ୍କୁଲ ବୀରହରେକୃଷ୍ଣପୁର ହାଇସ୍କୁଲର ସେତେବେଳର ମେଧାବୀ ଛାତ୍ର। ତାଙ୍କୁ ତା ଗାଁର ଲୋକେ ସହିପାରୁ ନଥିଲେ।ରେଣୁ ସହ ତାର ପ୍ରେମ ହେଇଗଲା। ସେତେବେଳେ ଇଲେକଟ୍ରିସିଟି ଗାଁରେ ଆସିନଥାଏ। ଅନ୍ଧାରରେ ଲଣ୍ଠନ ଆଲୁଅ ନଥିଲେ ଶାରୀରିକ ସମ୍ପର୍କ ସହଜ।ରେଣୁ ଓ ମଂଗଳା ଉଭୟଙ୍କ ବୟସ ସେତେବେଳେ ସତର କି ଅଠର। ରେଣୁର ଭାଇମାନେ ଥିଲେ ଗୁଣ୍ଡା ଓ ହୁଣ୍ଡା। ଦିନେ ହଠାତ୍‌ ରେଣୁର ଋତୁସ୍ରାବ ବଢ଼ିଗଲା। ବୁଝୁ ବୁଝୁ ସିଏ ଗର୍ଭ ନଷ୍ଟ କରିବା ବଟିକା ଖାଇଦେଇଥିଲା। ଗାଁରେ ସେତେବେଳେ ଚିକିତ୍ସାର ସୁବିଧା ନଥାଏ। କିଛି ମହିଳା ଧାଇ କାମ ଜାଣିଥାନ୍ତି। ସେମାନେ କି ଚିକିତ୍ସା କଲେ କେଜାଣି, ରେଣୁର ଦେହ ବହୁତ ଖରାପ ହୋଇଗଲା। ପୁରୀ ଡାକ୍ତରଖାନା ତାକୁ ନିଆଗଲା। ସେତେବେଳକୁ ତା ଅବସ୍ଥା ଧନୁଷ୍ଟଙ୍କାର ଆଡ଼କୁ ଗଲାଣି। ଦିନେ ଦି ଦିନରେ ରେଣୁ ଚାଲିଗଲା।

ରେଣୁ ଚାଲିଗଲା ପରେ ତା’ର ଦୁଇ ହୁଣ୍ଡା ଭାଇ ମଂଗଳାକୁ ଜୀବନରେ ମାରିଦେବାକୁ ଚାହିଁଲେ। ମଂଗଳା ମୋ ପାଖରେ ପହଂଚିଲା। ତା’ର ପୁରୀରେ ଗୋଟିଏ ମାଉସୀ ଓ ଗୋଟିଏ ପିଉସୀ ଘର ଥିଲା। ହେଲେ, ମୋ ଉପରେ ତାର ଥିଲା ଅଖଣ୍ଡ ବିଶ୍ଵାସ।

ସମୟ ଅନୁସାରେ ସତକଥା ସାମ୍ନାକୁ ଆସିଲା। ଡାକ୍ତରୀ ରିପୋର୍ଟ ଧନୁଷ୍ଟଙ୍କାର ବା ଟିଟାନସ୍‌ରେ ମରିଯିବା ସ୍ପଷ୍ଟ କରିଦେଇଥିଲା। ଏଇ ପରିସ୍ଥିତିରେ ମଂଗଳାର ଆଇ.ଏ. ପରୀକ୍ଷାଫଳ ଆଶାନୁରୂପ ହେଲା ନାହିଁ। ସେ କଷ୍ଟେ ମଷ୍ଟେ ସେକେଣ୍ଡ ଡିଭିଜନରେ ପାସ୍‌ କରିଯାଇଥିଲା।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ପକ୍ଷୀଘର।
Literature

ପକ୍ଷୀଘର।

by ସଚ୍ଚିଦାନନ୍ଦ ବେହେରା
September 19, 2026

ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୧୯ ସେପ୍ଟେମ୍ବର ୨୦୨୬ ନୀଡ଼ହରା ଏକ କ୍ଲାନ୍ତ ପକ୍ଷୀ ମୁଁ ମୋ ଠିକଣା ଯାଇଛି ହଜି ନୀଳ ଆକାଶରେ ଉଡ଼ି ବୁଲୁଛି...

Read more
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.