ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୯ ଅପ୍ରେଲ ୨୦୨୩
ମତେ ଆଜି କିଏ ଡାକି ଦେଇଗଲା
ଅଧା ନିଦ ସ୍ଵପ୍ନରେ
ମତେ କିଏ ଆଜି ଛୁଇଁ ଦେଇଗଲା
ବେଦନାର ବଳୟରେ ।
ଅଭିମାନ ଭରା ଆହତ ମନରେ
ସ୍ୱପ୍ନର ପୁଟ ଦେଇ
ବସିଛି ଏକାକୀ ଏଇ ଅନ୍ଧାରେ
କାହାର ଅୟନେ ଚାହିଁ ।
ଅଧା ନିଦ ଅଧା ସ୍ଵପ୍ନ ଭିତରେ
ମତେ ଡାକିଦିଅ ଥରେ
ଚହଲା ପାଣିର ଢେଉ ଅଇନାରେ
ବିଭୋର ମୁଁ ଭାବନାରେ ।