ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨ ଫେବୃଆରୀ ୨୦୨୫
ମଉନୀ ଫୁଲଟି ଏତେ ଦିନ ପରେ
ଫୁଟିଲା କେମିତି ସତେ
ଶିଶିର ହକଳା ସୁରଭି ପଖଳା
ମଧୁମାଳତୀର ସାଥେ।
ସବୁଜିମା ଭରା ମନ ବଗିଚାରେ
କୋଇଲି ଉଠିଲା ଡାକି
ଚିତ୍ରିତ କେତେ ପ୍ରଜାପତି ଆସି
ଆଳ୍ପନା ଗଲେ ଆଙ୍କି
ସେଇ ଆଳ୍ପନା କଳପନା ସାଥେ
ଛୁଇଁ ଦେଇଗଲା ମୋତେ।
ମନ ତଳେ ତଳେ ଶତ ସପନର
ଝରଣା ଗଲା ଯେ ବହି
ସେ ଫୁଲଟି କଥା ଆଜିଯାଏ ମୁହିଁ
କାହାକୁ ତ କହିନାହିଁ
ନାଆଁ ନଜଣା ସେ ମଉନୀ ଫୁଲଟି
ଚମକାଇ ଦେଲା ମତେ।