ଆଲୋକ କୁମାର ପ୍ରଧାନ, ପୁରୀ, ୧୯ ଡିସେମ୍ବର ୨୦୨୨
କିଏ ଗାଉଥିଲା ଗୀତ କା’ ସୁରରେ ମତୁଆଲା ହେଲି।
କା’ ଗୀତ ଉହାଡ଼େ ଜହ୍ନ ଉଁଉ ଥିଲା ଓଢଣାକୁ ଖୋଲି।।
କା’ ଗୀତ ଶୁଣି ମୁଁ କାଳେ ଭିଜିଥିଲି ଅଦିନ ଫଗୁଣେ।
କା’ ଗୀତ ମୁଁ ଶୁଣେ ଏବେ ଅବଳରେ କାହିଁ ଦିନେଦିନେ।।
କା’ଗୀତ ହସାଏ ମୋତେ ହସୁଥାଏ ଛୋଟପିଲା ପରି।
କା’ ଗୀତ ବାହାନରେ ମୁଁ ମାରୁଥାଏ ପ୍ରେମର ସୁସୁରୀ ।।
କା’ ଗୀତ ଭାଡ଼ିଏ ଦୁଃଖ ନେଇ ଆସେ ବେଳ ଅବେଳରେ।
କା’ ଗୀତ ଧାଡ଼ିଏ ଲାଗେ ମାଣେ ହସ ବୟସ ଦେହରେ।।
କା’ ଗୀତ ଚେନାଏ ସ୍ମୃତି ମୋତେ ଏବେ ମୋ’ଠି ଜିଆଁଏ।
କା’ ଗୀତ ଗୁରୁଣ୍ଡା ସୁରେ ଜିଇଁବାକୁ ଭାରି ଇଛା ହୁଏ।।
କା’ ଗୀତ ଗରବେ ମରେ ବାରବାର ସ୍ବପ୍ନ ର କିଆରୀ ।
କା’ ଗୀତ ସଂଗାତ ବସେ ମୋ ସାଥିରେ ପୁଷ ମେଘ ପରି।।
କା’ ଗୀତ ସୁରର ଡାକେ ଜାଣେ ନାହିଁ ଏ ଯାଏଁ ଆସିଛି।
ଆଜି କାଇଁ ସେଇ ଗୀତ ମେଘଗୀତ ପରିକା ଲାଗୁଛି।