ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୫ ଜୁନ୍ ୨୦୨୩
ମେଘ ସହ ଦିନେ ସଙ୍ଗାତ ବସିଲି
ବରଷାକୁ କଲି ମିତ
ନଈ ସହ ମିଶି ଗୁଣୁ ଗୁଣୁ ହୋଇ
ଗାଇଲି ମୁଁ କେତେ ଗୀତ ।
ମେଘ ଚାଲିଗଲା
ମେଘର ବାଟରେ
ବରଷା ବି ଗଲା ଫେରି
ନଈ ମିଶିଗଲା
ସାଗର ବୁକୁରେ
ମୁଁ କେବଳ ହୁଏ ଝୁରି ।
ମନ ଅଗଣାରୁ ଫୁଲ ଗଛଟି ତ
କେବେ ଠୁଁ ଗଲାଣି ମରି ।
ଛପି ଛପି ଆସି
ମେଘ ଯଦି ମୋର
ଅଗଣାରେ ଯିବ ଝରି ।
ଫୁଲ ମହକରେ
ମୋ ଟିକି ଅଗଣା
ସରାଗେ ଉଠିବ ପୂରି ।