ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୮ ଫେବୃଆରୀ ୨୦୨୪
ମୋ ଗୀତ ଭରା ନଈ
ସେ ଗୀତରେ ବେଳେବେଳେ
ଶୂନ୍ୟତା ଯାଏ ଛାଇ ।୦।
ମୋ ଗୀତ ପଉଷର ଘନଘୋର ରାତି
ନିଦୁଆ ଆକାଶ କୋଳେ
ଚିକିମିକି ତାରାମେଳେ
ପଡ଼ିଥାଏ ଶୋଇ ।୧।
ପଉଷ ରାତିର ଯେତେ କୁହଡ଼ିର ଛାଇ
ସବୁକୁ ଛାତିରେ ଧରି ମୋ ଗୀତ
ଜହ୍ନର ନଈ ହୋଇ
ଆବେଗରେ ଯାଉଥାଏ ବହି ।୨।
ମୋ ଗୀତ ଭରା ନଈ
ଅକାତ କାତ ପାଣିରେ
କେତେବେଳେ ବାଲିର ଶେଯରେ
ଶୋଇଥାଏ
ଆଖି ମୁଦି ଦେଇ।୩।